ରାଉରକେଲା:4//2,(ଉତ୍କଳ ସମାଚାର) ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟକରୁଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଷଷ୍ଠତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱ ଓ ସଂଗଠନ ସମ୍ପାଦକ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ନୃତ୍ୟ ଗୀତ ମାଧ୍ୟମରେ ଦିନଟିକୁ ଉପଭୋଗ କରିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା,ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ସହରକୁ ସୁନ୍ଦର ସବୁଜ, ସ୍ବଚ୍ଛ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାପରେ ସମସ୍ତେ ସୁସ୍ବାଦୁ ବ୍ୟଞ୍ଜନର ଭରପୁର ମଜା ଉଠାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ମନୋଜ ନାୟକ, ଅଶୋକ ପଟେଲ, ପ୍ରଦୀପ୍ତ ଭୋଇ, ଦୈତାରୀ ସାହୁ,ଏସ ଆର୍ ଦତ୍ତ ଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।

