ରାଉରକେଲା ତା ୮/୦୨/୨୦୨୬:(ଉତ୍କଳ ସମାଚାର)କେନ୍ଦ୍ର ବି ଜେ ପି ନେତୃତ୍ଵାଧୀନ ମୋଦି ସରକାରଙ୍କ ଶ୍ରମ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବି ସହିତ ମନେରଗା ଆଇନ ର ପରିବର୍ତନ ବିରୁଦ୍ଧରେ,ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବିରେ, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ବିରୁଦ୍ଧରେ, ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୫ ଓ ଆଠ ଘଣ୍ଟା କାମ କରିବାର ଅଧିକାର କୁ ବଜାୟ ରଖିବା ପାଇଁ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସମସ୍ତ ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନଙ୍କ ଆହ୍ୱାନ ରେ ଆଗାମୀ ଫେବୃୟାରୀ ୧୨ ତାରିଖ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଓ ହରତାଳ କୁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ରେ ସଫଳ କରିବା ପାଇଁ ଓ ଏହି ଧର୍ମଘଟ ରେ ଜନ ସାଧାରଣ ଙ୍କୁ ସାମିଲ ହେବାକୁ ଆହ୍ବାନ କରି ଆଜି ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ,ଷ୍ଟିଲ ଏମ୍ପୋଇଜ ଟ୍ରେଡ ୟୁନିୟନ ( ସି ଆଇ ଟି ୟୁ) ପକ୍ଷରୁ ଏକ ମୋଟର ସାଇକେଲ ରାଲି ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ ଠାରୁ ବାହାରିବା ସହିତ ସେକ୍ଟର ୧୬,୧୭,୧୮,ଆମ୍ବାଗାନ ଓ ଗଜପତି ମାର୍କେଟ, ସେକ୍ଟର ୧୫,୧୪ ଓ ସେକ୍ଟର ୧୩ ଅଂଚଳର ବିଭିନ୍ନ ବଜାର ରେ ପଥପ୍ରାନ୍ତ ସଭା,ସ୍ଵାଟିଙ୍ଗ କରି ସରକାର ଙ୍କ ଜନ ବିରୋଧି ନିତୀ ଓ ବିଦେଶୀ ଓ ଦେଶୀ ବୃହତ ପୁଞ୍ଜିପତି ମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ସାଧାରଣ ଲୋକଙ୍କୁ ଲୁଣ୍ଠନ କରୁଥିବା ନୀତି ବିରୁଦ୍ଧରେ ଜନ ସାଧାରଣ ଏହି ଧର୍ମଘଟ ରେ ସାମିଲ ହେବାକୁ ଆହ୍ବାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ସି ଆଇ ଟି ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ସେକ୍ଟର ୧୬ ବଜାର ଠାରେ କହିଥିଲେ ଯେ ମୋଦି ସରକାର ଦେଶର ଶ୍ରମିକ ଶ୍ରେଣୀ କୁ ଗୋଲାମୀ ମଧ୍ୟକୁ ଠେଲି ଦେବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ଶ୍ରମ ଆଇନ କୁ ରଦ୍ଦ କରି କୋର୍ଡ ଲାଗୁ କରିଛନ୍ତି ଯାହା ଦେଶର ଶ୍ରମିକ ଶ୍ରେଣୀ କୁ ମାଲିକ ମାନଙ୍କ ନିକଟରେ କ୍ରିତ୍ତଦାସ କରିବା ପାଇଁ ଉଦ୍ଧିଷ୍ଟ। ଆଠ ଘଣ୍ଟା ସ୍ଥାନରେ ୧୨ ଘଣ୍ଟା କାର୍ଯ୍ୟ ଦିବସ,ଟ୍ରେଡ ୟୁନିୟନ କରିବାର ଶ୍ରମିକ ର ଅଧିକାର ଉପରେ ବ୍ୟାପକ କଟକଣା, ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଦାବି ପ୍ରତି ଅଙ୍ଗୁଶ ଲଗାଇବା ପାଇଁ ମୋଦି ସରକାର ଏହି ଶ୍ରମ କୋର୍ଡ ଲାଗୁ କରିଛନ୍ତି ଯାହାକୁ ଦେଶର ଶ୍ରମିକ ଶ୍ରେଣୀ କେବେହେଲେ ବରଦାସ୍ତ କରିବେ ନାହିଁ। ସରକାର ଙ୍କ ବଣି ମାରି ଝିଣ୍ଟିକା ପୋଷିବା ନୀତି ବିରୁଦ୍ଧରେ, ସାଧାରଣ ଲୋକଙ୍କୁ ବିଭିନ୍ନ ଆଳରେ ଶୋଷଣ ବିରୁଦ୍ଧରେ ଆଗାମୀ ଫେବୃଆରୀ ୧୨ ମୋଦି ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି, ତେଣୁ ଏହି ସାଧାରଣ ଧର୍ମଘଟ ଓ ହରତାଳ କୁ ଜନ ସାଧାରଣ ସଫଳ କରିବାକୁ ସେ ଆହ୍ୱାନ କରିଥିଲେ। ଏହି ରାଲି ଓ ପଥପ୍ରାନ୍ତ ସଭାରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା, ସଂପାଦକ ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ସଚିନ୍ ରାୟ, କୁଳମଣି ରାଉତ,ଜଗଦିଶ ପାଲ, ଜନ୍ମେଜୟ ଘୋଷ ପ୍ରମୁଖ ନେତୃତ୍ବ ନେଇଥିଲେ। ଅନୂରୁପ କାର୍ଯ୍ୟକ୍ରମ ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ,ସି ଆଇ ଟି ୟୁ ପକ୍ଷରୁ ସାରନଗରୀ ସ୍ଥିତ ପାଣିଟାଙ୍କି ଛକଠାରେ ସି ଆଇ ଟି ୟୁ ରାଜ୍ୟ ସଂପାଦକ ହୃଦୟାନନ୍ଦ ଯାଦବ,ବି ପି ମହାପାତ୍ର, ଅରୁ ଦାସ, ଉପେନ୍ଦ୍ର ତ୍ରିପାଠୀ,ବିନୟ ବେହୁରିଆ, ଅଶୋକ ଦାସ ପ୍ରମୁଖ ସଭା କରି ଧର୍ମଘଟ ରେ ଜନ ସାଧାରଣ ସାମିଲ ହେବାକୁ ଆହ୍ବାନ କରିଥିଲେ।

