ସୁନ୍ଦରଗଡ଼ ୧୧/୦୨/୨୬:(ଉତ୍କଳ ସମାଚାର) ଜିଲ୍ଲା ମହୋତ୍ସବ ଯତରା ୨୦୨୬ ର ତୃ ତୀୟ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ । ଏଥିରେ ଅତିଥି ଭାବେ ବିରମିତ୍ରପୁରର ମାନ୍ୟବର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ , ଏନ ଆଇ ଟି, ରାଉରକେଲା ର ନିର୍ଦ୍ଦେଶକ ଶ୍ରୀ କେ. ଉମେଶ୍ୱର୍ ରାଓ ଏବଂ ବି ପି ୟୁ ଟି ର ଭାଇସ ଚାଲେଞ୍ଜର ଯୋଗ ଦେଇଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତିର୍କୀ ମଞ୍ଚ କୁ ସ୍ଵାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡା ଙ୍କୁ ସମର୍ପିତ କରିଥିବାରୁ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ନିର୍ମଳ ମୁଣ୍ଡା ଙ୍କ ଅବଦାନ ତଥା ଆମକୋ ସିମକୋ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସର ରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲା ର ଅଶୋକ ବିଶ୍ଵାଳ, ବଡ଼ ନୂଆଗାଁ ର ହକି ଖେଳାଳୀ ସୁଦୀପ ଚିର୍ମାକୋ, ଅଭିଷେକ ଲାକ୍ରା, ଖୋଖୋ ଖେଳରେ ଲେଫ୍ରୀପଡ଼ା ର ରୂପାଲି ପ୍ରଧାନ ତଥା ଲିପ୍ସା ଷଡ଼ଙ୍ଗୀ ଙ୍କୁ ସୁନ୍ଦରଗଡ଼ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ସବଡେଗା ବ୍ଲକ ର କଳାକାର ଙ୍କ ସମ୍ବଲପୁରୀ ନୃତ୍ୟ, ଟାଙ୍ଗରପାଲି ବ୍ଲକ୍ ର ନୃତ୍ୟ, ପଶ୍ଚିମବଙ୍ଗ କଳାକାର ଙ୍କ ପୁରୁଲିଆ ଛଉ ନୃତ୍ୟ, ମୋକ୍ଷ ଡ୍ୟାନ୍ସ ଗୃପ, ବ୍ରହ୍ମପୁର କଳାକାର ଙ୍କ ବାଘ ନାଚ ଏବଂ ଓଲିଉଡ ର ନାୟିକା ସୂର୍ଯ୍ୟମୟୀ ଏବଂ ସାଥୀ କଳାକାରଙ୍କ ଦ୍ୱାରା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ପରେ ପରେ ସୋନୁ ନିଗମଙ୍କ ଦ୍ଵାରା ତାରକା ରାତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
