ନବରଙ୍ଗପୁର.ନରସିଂବାଘ.11//2,(ଉତ୍କଳ ସମାଚାର) କଟକ ସତ୍ୟବ୍ରତ ଷ୍ଟାଡିୟମ ଠାରେ ଆୟୋଜିତ 51ତମ ରାଜ୍ୟ ସ୍ତରୀୟ ଅବକାରୀ କ୍ରୀଡା ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ରନର୍ସ ଅଫ ହୋଇଥିବା ସୂଚନା ମିଳିଛି |ଆଜି କ୍ରୀଡାର ଶେଷ ଦିବସରେ ନବରଙ୍ଗପୁର ଜିଲ୍ଲା ରନର୍ସ ଅଫ ହୋଇଥିବା ଜଣାପଡିଛି |ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ପ୍ରତିଯୋଗି ମାନଙ୍କ ମଧ୍ୟରେ ସର୍ଟପୁଟ ଖେଳରେ ଜ୍ୟୋସ୍ନା ହରିଜନ ପ୍ରଥମ ସ୍ଥାନ, ଟ୍ରିପଲ ଜମ୍ପରେ ଅବକାରୀ ଉପ ନିରୀକ୍ଷକ ଆସେଶ କୁମାର ନାୟକ ତୃତୀୟ ସ୍ଥାନ, ଆକାଶ ଶବର ଦ୍ଵିତୀୟ ସ୍ଥାନ, 400ମିଟର ଦୌଡରେ ଦେବେନ୍ଦ୍ର ସମରଥ ପ୍ରଥମ ସ୍ଥାନ ଓ 800ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ |ଠିକ ସେହିଭଳି 3000ମିଟର ଦୌଡରେ ରଞ୍ଜିତ ସିଂ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ |ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନବରଙ୍ଗପୁର ଅବକାରୀ ଦଳ ଉପ ବିଜେତା ହୋଇ ଫେରିଥିବାରୁ ନବରଙ୍ଗପୁର ବାସୀ ଦଳକୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଭବିଷ୍ୟତରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣନ୍ତୁ ବୋଲି ଶୁଭ କାମନା ଜଣେଇଛନ୍ତି |
