ନବରଙ୍ଗପୁର, ୧୨/୦୨ନରସିଂବାଘ (ଉତ୍କଳ ସମାଚାର.) : ଆଜି ସାରା ଦେଶରେ ଆହ୍ୱାନ ହୋଇଥିବା ‘ଭାରତ ବନ୍ଦ’ର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖାଯାଇଛି।ରାଇଘର. ଉମରକୋଟ. ଚନ୍ଦାହାଣ୍ଡି. ନବରଙ୍ଗପୁର. ଓ ବିଭିନ୍ନ ବ୍ଲକ ରେ ବିଭିନ୍ନ ଶ୍ରମିକ ସଂଘ ଓ ସଂଗଠନମାନଙ୍କର ଡାକରେ ଜିଲ୍ଲାର ଅନେକ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିଥିଲା।ବନ୍ଦ ଆହ୍ୱାନକୁ ସମର୍ଥନ କରି ଶ୍ରମିକ ସଂଗଠନମାନେ ରାଲି ଓ ପ୍ରତିବାଦ ସଭା କରିଥିଲେ। ସହିତ ଅନ୍ୟାନ୍ୟ ଶ୍ରମିକ ସଂଘମାନେ ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ। ସେମାନେ ଶ୍ରମିକ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହର ଅଞ୍ଚଳରେ ଯାନଚଳାଚଳ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। କେତେକ ସ୍ଥାନରେ ପିକେଟିଙ୍ଗ ଓ ସ୍ଲୋଗାନ ଦେଖାଯାଇଥିଲା। ତଥାପି ଆବଶ୍ୟକ ସେବାମାନେ ସାଧାରଣତଃ ଚାଲୁ ରହିଥିଲା ବୋଲି ସୂଚନା ମିଳିଛି।ସମଗ୍ର ଜିଲ୍ଲାରେ ଆଇନ-ଶୃଙ୍ଖଳା ପରିସ୍ଥିତି ସାମାନ୍ୟ ରହିଥିଲା ଏବଂ କୌଣସି ଅପ୍ରୀତିକର ଘଟଣା ସମ୍ବନ୍ଧରେ ସୂଚନା ମିଳିନାହିଁ।
