ରାଉରକେଲା,୧୨/୨:(ଉତ୍କଳ ସମାଚାର) ରାଜ୍ୟରେ ଡବଲ ଇଞ୍ଜିନ କୋଡିଏ ମାସର ସରକାର,ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଥିବାରୁ,ସମଗ୍ର ରାଜ୍ୟରେ ସାଧାରଣ ଲୋକମାନେ ପ୍ରତେକ କ୍ଷେତ୍ରରେ ନାହିନଥିବା ଅସୁବିଧା ଭୋଗ କରୁଛନ୍ତି,ଏଇ ପରିପକ୍ଷେ,ରାଜ୍ୟ ବିଜେଡ଼ି ସଭାପତି ନବୀନ ବାବୁଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ବିଜେଡ଼ି ସାଙ୍ଗଠନିକ ଜିଲ୍ଲା ତରଫରୁ ପାନପୋଷ ସ୍ଥିତ ତ୍ରିଦେବ ହୋଟେଲ ଠାରେ,ନବନିଯୁକ୍ତ ଜିଲ୍ଲା ସଭାପତି,ଦୁଇ ବିଧାୟକ,ଦୁଇ ପୂର୍ବତନ ବିଧାୟକ,ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟା,ଜିଲ୍ଲା ପରିଷଦ ଉପ ।ଧକ୍ଷ,ଜିଲ୍ଲା ପରିଷଦ ସଭ୍ୟ ।,ଓ ସଭ୍ୟ,ବ୍ଲକ ସଭାପତି ଗଣ,ବରିଷ୍ଠନେତାଗଣ,ମହିଳା ନେତ୍ରୀଗଣ,ଯୁବ ଓ ଛାତ୍ର ନେତା ମାନଙ୍କ ଦ୍ୱାରା ଜିଲ୍ଲା ସଭାପତି ପ୍ରଦୂମ୍ନ ତ୍ରିପାଠୀ ଙ୍କ ସଭାପତିତ୍ୱ ରେଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ପ୍ରଥମେ ଓଡିଶାର ବରପୁତ୍ର,ଆଧୁନିକ ଓଡିଶା ନିର୍ମାତା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ,ଧୂପ ଦେଇ ପୂଜା ଅର୍ଚନା କରଯାଇଥିଲା । ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଶୋକପ୍ରସ୍ତାବ ଦ୍ୱାରା ଆମ ଜିଲ୍ଲାର ଟାଣୁଆ ଆଦିବାସୀ ନେତା,ପୂର୍ବତନ ବିରମିତ୍ରାପୁର ବିଧାୟକ ସ୍ୱର୍ଗୀୟ ଜର୍ଜ ତିର୍କୀ,ପୂର୍ବତନ ଜିଲ୍ଲାର ସଭାପତି ସ୍ୱର୍ଗୀୟ ଆନନ୍ଦ ଚନ୍ଦ୍ର ମହାନ୍ତି, ପୂର୍ବତନ ଲହୁଣିପଡା ବ୍ଲକ ସଭାପତି ଗୌତମ ବାରିକଙ୍କ ଅକାଳ ବିୟୋଗ ହୋଇଥିବାରୁ,ସେମାନଙ୍କ ପବିତ୍ର ଆତ୍ମାର ସଦ୍ଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରଯାଇଥିଲା । ନବନିଯୁକ୍ତ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୂମ୍ନ ତ୍ରିପାଠୀଙ୍କୁ,ବିଧାୟକ ସାରଦା ପ୍ରସାଦ ନାୟକ,ପୂର୍ବତନ ବିଧାୟକ ସୁବ୍ରତ ତରାଇ,ହାଲୁ ମୁଣ୍ଡାରି,ବରିଷ୍ଠ ନେତା ଜୟନ୍ତ କୁମାରମିଶ୍ର,ନଗର ସଭାପତି ଗଗନ ପଣ୍ଡା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପୂର୍ବତନ ମନ୍ତ୍ରୀ,ବିଧାୟକ ସୁବ୍ରତ ତରାଇ,ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରି ଶାନ୍ତ ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରି ପ୍ରତେକ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଏଥିପାଇଁ ଆମେ ପ୍ରତିବାଦ ସଭାକରୀ ଲୋକଙ୍କୁ ଅବଗତ କରାଇବା ।ପୂର୍ବତନ ମନ୍ତ୍ରୀ ତଥା ରାଉରକେଲାର ଜନପ୍ରିୟ ବିଧାୟକ ସାରଦା ପ୍ରସାଦ ନାୟକ ନିଜ ବକ୍ତବ୍ୟରେ,ଆମ ଆଦିବାସୀ ଜିଲ୍ଲା ରେ,ଆଦିବାସୀ ଭଉଣୀ ଓ ଭାଇ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ହୃଦୟର ସହିତ ଯଦି କିଏ କାର୍ଯ୍ୟ କରିଛି ସିଏ ଆମ ଓଡିଶାର ପୂର୍ବତନ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଲୋକେ ନିଜର ଜୀବନ ବଚାଂଇବା ପାଇଁ ଆଜି ବିଜୁସ୍ୱାସ୍ଥ୍ୟ କାର୍ଡକୁ ଝୁରୁଛନ୍ତି,ମିଥ୍ୟା ନିର୍ବାଚନ ପ୍ରତିଶ୍ରୁତିରେ ରଙ୍ଗ ବଦଲାଇବା ଡବଲ ଇଞ୍ଜିନ ସରକାର ତିଆରି ହେଲା,କୃଷକଭାଇଙ୍କ ଧାନ ବିକ୍ରି ହେଉନାହୀଂ, ବୀନା ସୁଧରେ ବ୍ୟାଙ୍କରୁ ମା,ଭଉଣୀ ମାନେ ରୁଣଆଣି ବିଭୀର୍ଣ କାର୍ଜ୍ୟ କରୀ ନିଜର ପରିବାର ପୋଷଣ କରୁଥିଲେ,ଅଜି ପ୍ରତେକ କ୍ଷେତ୍ରରେ ଓଡିଶା ନିମ୍ନଗାମୀ ହେଉଛି,ସମସ୍ତ ବିଷୟ ସାଧାରଣ ଲୋକଙ୍କ ନିକଟରେ ଆଗାମୀ ୧୬ ତାରିଖ ସକାଳ ୧୦ ଘଟିକରେ, ରାଉରକେଲା ମୁନିଷ୍ପାଲ୍ଟୀ ନିଗମ କାର୍ଜ୍ୟାଳୟ ନିକଟରେ ଏକ ବିରାଟ ପ୍ରତିବାଦ ସଭା କରାଯାଇ ଅବଗତ କରାଯିବ । ଜିଲ୍ଲାର ଚାରୋଟି ବିଧାନ ସଭା କ୍ଷେତ୍ରରୁ ସହସହ ବିଜୁପ୍ରେମୀ ଯୋଗଦେଇ କାର୍ଜ୍ୟକ୍ରମକୁ ସଫଳ କରିବାକୁ ନିବେଦନ କରିଥିଲେ । ଅନ୍ୟତମ ବାରମିତରପୁର ଯୁବ ବିଧାୟକ ନିଜ ବକ୍ତବ୍ୟରେ,ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ବାବୁ,ଆମ ଆଦିବାସୀ ମାନଙ୍କ ପାଇଁ ସବୁ ଖେତ୍ରରେ ଯାହା ଉନ୍ନତି ମାନ କରିଛନ୍ତି, ତାହା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । ବିଶେଷ କରି ଯୁବକ,ଯୁବତୀ ମାନଙ୍କର ଶିକ୍ଷା ଓ ଖେଳ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି କରି ଯୁବ ସମାଜଙ୍କର ବିକାଶ ହୋଇପାରିଛି,ଆଜି କେନ୍ଦ୍ରଦ୍ୱାରା ପରିଚାଳିତ କଥାକୁହା ରାଜ୍ୟ ସରକାର ସଫଳ ଯୋଜନାକୁ ବନ୍ଦ କରାଇ ଲୋକମାନଙ୍କୁ ହଇରାଣ କରାଉଛି । ଏଥିପାଇଁ ଆଗାମୀ ୧୬ତାରିଖ ପ୍ରତିବାଦ ସଭାରେ ଆମ ନିର୍ବାଚନ ମଣ୍ଡଳୀର ପ୍ରତେକ ୱାର୍ଡ,ପଞ୍ଚାୟତ ରୁ ଭାଇଓ ଭଉଣୀ ମାନେ ଆସି କାର୍ଜ୍ୟକ୍ରମକୁ ସଫଳ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ଭିତରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରି, ବରିଷ୍ଠ ନେତା ବିରେନ ସେନାପତି, ସନ୍ତୋଷ ନାୟକ,ନିରଞ୍ଜନ ଦାଶ,ମୂନା ବିଲାଲ ଅହମଦ,ବଳଦେବ ସିଂହ,ଶୁଭେନ୍ଦୁସାମଲ,ଜିଲ୍ଲାପରିଷଦ ଉପାଦକ୍ଷ କମଳ ଲକ୍ରା,ନାରିନେତ୍ରୀ ଜୋଷଣା ନାୟକ, ଛବି ମହାନ୍ତି,ରାଜେନ୍ଦ୍ର କୁଜୁର,ଗୁରୁ ସ୍ୱାଇଁ,ବ୍ରଜେନ୍ଦ୍ର ଦାଶ,ବ୍ରିଜେଶ ମାହାତୋ,ବାବୁ ଖାନ,ବିଭୁତି ପୁହାଣ,ସଞ୍ଜିତ ଛୋଟରାୟ,ପିଙ୍କୁ ଜୟସ୍ୱଳ ସମେତ ନିଜନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ ଜିଲ୍ଲାର ସମସ୍ତ କର୍ମୀମାନକ ସହଯୋଗ କାମନା କରି ଆଗାମୀ ୧୬ ତାରିଖ ସକାଳ୧୦ଘଟିକ ପ୍ରତବାଦ ସଭାରେ କର୍ମୀ ମାନେ ବହୁଶଙ୍ଖ୍ୟରେ ଦେଇ ସଫଳ କରବା ପାଇଁ ନିବେଦନ କରିଥିଲେ । ବରିଷ୍ଠ ନେତା ଜୟନ୍ତ କୁମାର ମିଶ୍ର ଧନ୍ୟବାଦ ଜଣାଇଥିଲେ ।

