ରାଉରକେଲା:୧୨/୨/୨୬: (ଉତ୍କଳ ସମାଚାର)ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପାନପୋଷ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଆୟୋଜନ କର ଯାଇ ଥିଲା । ଏହି ରାଲି ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ ଆରଏମ ସି କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରିଥିଲା ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ସବୁଜ ପତାକା ଦେଖାଇ ସଚେତନା ପଦଯାତ୍ରା ଶୁଭାରମ୍ଭ କରିଥିଲେ ଏବଂ ଶପଥ ପାଠ କରାଇ ଥିଲେ । ଏହି ଉପଲକ୍ଷେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଉଦିତନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଉକ୍ତ ପ୍ରତିଯୋଗିତାରେ କୃତିତ୍ଵ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ପୁରସ୍କୃତ କରିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନ ପାଇଁ ବାର୍ତ୍ତା ଦେଲେ । ଏହି କାର୍ଯ୍ୟକର୍ମରେ ଡେପୁଟି କଲେକ୍ଟର ସାଧାବୀ ଦେହୁରିୟା, ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତଣ୍ଡିଆ , ସ୍ୱଳ୍ପ ସଞ୍ଚଯ ଅଧିକାରୀ ପ୍ରକାଶ କୁମାର ଦାଶ , ଶିଶୁ ବିକାଶ ପ୍ରକଳ୍ପ ବିକାଶ ଅଧିକାରୀ ଦର୍ଶନି ଏକ୍କା ଓ ପ୍ରବୀନା ହରିଚନ୍ଦନ, ମୁନିସିପାଲ ମହାବିଦ୍ୟାଳୟର ଅଧକ୍ଷ୍ୟ, ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ଅବକାରୀ ବିଭାଗର କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ ଓ ନିଶା ନିବାରଣ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

