ନବରଙ୍ଗପୁର.12//2,(ଉତ୍କଳ ସମାଚାର) ନରସିଂବାଘବୁଧବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟ ତିଥି କୁ ସମର୍ପଣ ଦିବସ ରୁପେ ପାଳନ କରାଯାଇଛି। ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଏକ ମହାନ ରାଜନୀତିଜ୍ଞ, ଅର୍ଥ ଶାସ୍ତ୍ର, ସମାଜ ଶାସ୍ତ୍ର ଓ ସେ ଭାରତୀୟ ଜନସଂଘର ସଂସ୍ଥାପକ ଥିଲେ ଯାହାକୁ ବର୍ତ୍ତମାନର ଭାରତୀୟ ଜନତା ପାର୍ଟି ନାମରେ ସମସ୍ତେ ଜାଣନ୍ତି।ଏକତ୍ମ ମାନବ ଦର୍ଶନ ର ବୈଚାରିକ ଜ୍ଞାତା ଏବଂ ଅନ୍ତୋଦୟ ବିକାଶ ର ପ୍ରବଳ ସମର୍ଥକ ଥିଲେ। ତାଙ୍କ ଜନ୍ମ ୨୫ ସେପ୍ଟେମ୍ବର ୧୯୧୬ ମସିହା ନଗଳା ଚନ୍ଦ୍ରଭାନପୁର ମଥୁରା ଜିଲ୍ଲା ଉତ୍ତର ପ୍ରଦେଶରେ ହୋଇଥିଲା ପିଲାଟିଦିନରୁ ମାତା ପିତା ହରାଇ ସଂଘର୍ଷମୟ ଜୀବନ କାଟିଛନ୍ତି କାନପୁରରେ ସେ ବିଦ୍ୟାର୍ଥୀ ସମୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ରେ ଯୋଗ ଦେଇଥିଲେ ।୧୯୫୧ରେ ଜନସଂଘ ଗଠନରେ ମୂଖ୍ୟ ଭୁମିକା ଗ୍ରହଣ କରି ଏଥିରେ ସାଧାରଣ ସମ୍ପାଦକ ର କାର୍ଯ୍ୟ ବହନ କରିଥିଲେ ପରବର୍ତି ସମୟରେ ଅଦ୍ଧକ୍ଷତା ଗ୍ରହଣ କରିଥିଲେ। ତାଙ୍କ ଏକାତ୍ମ ମାନବବାଦର ଶିଦ୍ଧାନ୍ତ ହେଉଛି ପ୍ରଥମ ବ୍ୟକ୍ତି, ସମାଜ, ରାଷ୍ଟ୍ର ଏବଂ ପ୍ରକୃତି ସହ ସନ୍ତୁଳନତା। ସ୍ବଦେଶୀ ଅର୍ଥ ବ୍ୟବସ୍ଥା ଏବଂ ଆତ୍ମନିର୍ଭର ଭାରତ ର ପରିକଳ୍ପନା କରିଥିଲେ ତାଙ୍କ ବିଚାର ଧାରା ଏକ ସୁସ୍ଥ ଏବଂ ସମୃଦ୍ଧ ଭାରତ ଗଢିବା ଏଭଳି ଦୂରଦୃଷ୍ଟି ଚିନ୍ତାଧାରା ବ୍ୟକ୍ତିଙ୍କ ଆଜିର ଦିନରେ ତଥା ୧୧ ଫେବୃଆରୀ ୧୯୬୮ ରେ ମୋଗଲସରାଇ ଷ୍ଟେସନ ଠାରେ ରହସ୍ୟ ଜନିତଭାବେ ମୃତ୍ୟୁ ଘଟିଥିଲା ଏହି ମହାନ ବ୍ୟକ୍ତିଙ୍କୁ ଦେଶର କୋଟି କୋଟି କାର୍ଯ୍ଯକର୍ତ୍ତା ଜାଣିବା ଦରକାର ଏବଂ ତାଙ୍କରି ଜୀବନୀରୁ କିଛି ଶିଖିବା ଦରକାର ଏହି ଉଦ୍ଦେଶ୍ଯ ରେ ଭାଜପା ଦେଶବ୍ୟାପୀ ଏହି ସମର୍ପଣ ଦିବସ ପାଳନ କରୁଅଛି। ଏହି ସ୍ମୃତିସଭାରେ ମୂଖ୍ଯ ଅତିଥି ରୁପେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୂଖ୍ଯ ବକ୍ତା ଭାବେ ରାଜ୍ଯ ଉପ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଆଚାର୍ଯ୍ଯ ଏବଂ ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀର ସତାଧିକ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।
