କେନ୍ଦୁଝର :12//2,(ଉତ୍କଳ ସମାଚାର) କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ପିଏମଶ୍ରୀଐତିହ୍ୟ ଡିଏନହାଇସ୍କୁଲ ର ବାର୍ଷିକ ଉତ୍ସବ ଓ ଛାୟା ବିଧାନସଭା ବର୍ଣାଢ୍ୟ ପରିବେଶ ରେ ପ୍ରଧାନ ଶିକ୍ଷକ ପ୍ରବୀର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଦୁଇଦିନ ବ୍ୟାପୀ ଏହି ଉତ୍ସବ ରେ ପୋୖରାଧ୍ୟକ୍ଷା ନିକୁସାହୁ ମୁଖ୍ୟଅତିଥି, ଡିଆଇଇଟି ଅଧ୍ୟକ୍ଷା କଲ୍ୟାଣୀ ମାଝୀ ମୁଖ୍ୟ ବକ୍ତା, ଏଡିଇଓ ଶ୍ରୀକାନ୍ତ ବେହେରା, ସତ୍ୟନାରାୟଣ ମହାନ୍ତ, ଶିକ୍ଷାବିତ ସୁରେଶ ଚନ୍ଦ୍ର ବଳ, ପରମେଶ୍ୱର ବେହେରା, ମଧୁସୂଦନ ମିଶ୍ର, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣାଦାୟୀ ଉଦବୋଧନ ଦେଇ ଆଗାମୀ ସମୟରେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ଦେଶ ଓ ସମାଜ ର ଉନ୍ନତି କରିବା ସହିତ ବିଦ୍ୟାଳୟ ର ସମ୍ମାନ ବୃଦ୍ଧି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବାକୁ ପରାମର୍ଶ ଦେଇଥିଲେ, ସହକାରୀ ଶିକ୍ଷକ ସରୋଜ ବେହେରା, ସଂଗୀତା ମହାନ୍ତ, ଜ୍ୟୋସ୍ନାମୟୀ ବେହେରା ଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନେ ଛାୟା ବିଧାନସଭା ସୁନ୍ଦର ଭାବେ ଆୟୋଜିତ ହୋଇଥିଲା ଯାହାକି ଅତ୍ୟନ୍ତ ଉପାଦେୟ ହୋଇପାରିଥିଲା, ୭୪ଜଣ ବଦାନ୍ୟ ବିଶିଷ୍ଟ ବ୍ୟକ୍ତି ଙ୍କ ଦ୍ୱାରା ପ୍ରଦତ୍ତ ୪୨ହଜାର ଟଙ୍କା ଅର୍ଥରାଶି କୁ ବିଭିନ୍ନ ବିଭାଗ ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଅଧିକାରୀ ପୂର୍ଣଚନ୍ଦ୍ର ବରିହା ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା, ଶିକ୍ଷୟତ୍ରୀ ତରୁଶୋଭାମୟୀ ମୁଦୁଲି ପ୍ରେମାନନ୍ଦ ସାହୁଙ୍କୁ ପ୍ରଜ୍ଞାସମ୍ମାନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଶିକ୍ଷକ ଉଦୟନାଥ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର କୁମାର ପଇଦା ଧନ୍ୟବାଦ ଅର୍ପଣ କରିଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଧରଣ ର ଉନ୍ନତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଶୈଳୀ ସମସ୍ତ ଙ୍କ ହୃଦୟ ଜିଣିନେଇଥିଲା

