ନବରଙ୍ଗପୁର.୧୩/୦୨.(ଉତ୍କଳ ସମାଚାର) ନରସିଂବାଘ. ଉତ୍କଳ ସମାଚାର. ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଦିନିଆଁ ନବରଙ୍ଗପୁର ଗସ୍ତରେ ଆସି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବା ସହିତ 177ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି |ନବରଙ୍ଗପୁର ସ୍ଥିତ ହିର୍ଲି ଡ଼ଙ୍ଗରି ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟସଭା ସାଂସଦ ମଜବୁଲ୍ଲା ଖାନ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତରା, କୋଟପାଡ଼ ବିଧାୟକ ରୁପୁ ଭତରା,ମାଲକାନଗିରି ବିଧାୟକ ନରସିଂହ ମାରକାମି, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଛି |ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଉପରେ ନିଜ ଅବିଭାଷଣ ରଖିବାକୁ ଯାଇ ଜିଲ୍ଲାର ବିଭିନ୍ନ ବିଭାଗ ପାଇଁ ମୋଟ 177ଟି ପ୍ରକଳ୍ପର ମଧ୍ୟ ଶୁଭ ଉଦ୍ଘାଟନ କରିଛନ୍ତି, ଯାହାର ହାରାହାରି ଅଟକଳ ମୂଲ୍ୟ 44625.49ଟଙ୍କା ମଞ୍ଜୁର ହୋଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଅବିଭାଷଣ ରେ କହିଛନ୍ତି |ଏହି ପ୍ରକଳ୍ପ ସବୁ ନବରଙ୍ଗପୁର ଜିଲ୍ଲାର ଉନ୍ନତି ପାଇଁ ବେସ ସହାୟ ହେବ ବୋଲି ସେ ନିଜ ଅବିଭାଷଣରେ କହିଛନ୍ତି |

