ରାଉରକେଲା ତା ୧୩/୦୨/୨୬:(ଉତ୍କଳ ସମାଚାର)ଗତ କାଲି ଫେବୃୟାରୀ ୧୨ ତାରିଖ ଦେଶରେ ୧୦ଟି କେନ୍ଦ୍ରୀୟ ଟ୍ରେଡ ଓ ସମସ୍ତ ଜାତୀୟ କର୍ମଚାରୀ ଫେଡେରେସନ ମାନଙ୍କ ପକ୍ଷରୁ ଆହୂତ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ସାଧାରଣ ଜନତାଙ୍କ ଅଭୂତପୂର୍ବ ସମର୍ଥନ ଯୋଗୁଁ ସଫଳ ହୋଇଥିବାରୁ ସି ଆଇ ଟି ୟୁ ପକ୍ଷରୁ ଜନସାଧାରଣ ଙ୍କୁ ସଂଗଠନ ପକ୍ଷରୁ ବିଶେଷ କୃତଜ୍ଞତା ପ୍ରକାଶ କରାଯାଇଛି। ଏକ ପ୍ରେସ ବିବୃତିରେ ଜନଗଣଙ୍କୁ କୃତଜ୍ଞତା ପ୍ରକାଶ କରି କୁହାଯାଇଛି ଯେ କେନ୍ଦ୍ରର ବି ଜେ ପି ନେତୃତ୍ଵାଧୀନ ମୋଦି ସରକାର ସାଧାରଣ ଲୋକଙ୍କ ସମର୍ଥନ ପାଇ ସରକାର ଗଠନ ପରେ ଗତ ୨୦୧୪ ମସିହା ଠାରୁ ଦେଶର କେତେକ ହାତଗଣତି ବୃହତ ପୁଞ୍ଜିପତି ମାନଙ୍କର ସ୍ବାର୍ଥରେ କାର୍ଯ୍ୟ କରୁଛି। ଦେଶରେ ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ,ଦେଶର କୋଠ ସମ୍ପତ୍ତି ରେଳବାଇ, ସେଲ୍, ବିମାନ ବନ୍ଦର, ବନ୍ଦର ସମେତ ଅନେକ ଲାଭଦାୟକ ସଂସ୍ଥା ଗୁଡିକୁ ନିଜର ମିତ୍ର ବୃହତ ପୁଞ୍ଜିପତି ମାନଙ୍କୁ ବିକ୍ରି କରୁଛି। ରେଳବାଇ ର ମୁଲ୍ୟବାନ ଜମି ଗୁଡିକ ହସ୍ତାନ୍ତର କରୁଛି। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ରେ ସଂପୂର୍ଣ୍ଣ ବିଫଳ ହୋଇଛି। ବିଦେଶ ବଜାର ରେ ଅଶୋଧିତ ତୈଳ ଦର ଅନେକ ଗୁଣା ହ୍ରାସ ପାଇଥିଲେ ମଧ୍ୟ ଆମ ଦେଶରେ ପେଟ୍ରୋଲ, ଡିଜେଲ୍ ଦର ଶହେ ଟଙ୍କା ତଳକୁ ଖସୁନାହିଁ। ଦେଶରେ ଶ୍ରମିକ, କୃଷକ ମାନଙ୍କ ଆଇନଗତ ଅଧିକାର କୁ ମୋଦି ସରକାର ସମସ୍ତ ଆଇନ କୁ ରଦ୍ଦ କରି ୪ଟି କୋର୍ଡ କରି ପୁଞ୍ଜିପତି ଓ ମାଲିକ ମାନଙ୍କ ନିକଟରେ ଶ୍ରମିକଙ୍କୁ କ୍ରିତ୍ତଦାସ କରିଦେବାକୁ ବସିଛି। କୃଷକ ମାନଙ୍କ ବିରୁଦ୍ଧରେ ପୁଣିଥରେ ବିହନ ବିଲ୍ -୨୦୨୫ କରି ବିଦେଶୀ କମ୍ପାନୀ ହାତକୁ କୃଷି ବ୍ୟବସ୍ଥା ଟେକି ଦିଆଯାଇଛି ଓ ଜନ ସାଧାରଣଙ୍କ ଉପରେ ଅଧିକ ଆର୍ଥିକ ବୋଝ ଲଦି ଦେବା ପାଇଁ ବିଦ୍ୟୁତ୍ ସଂଶୋଧନ ବିଲ୍ ଅଣାଯାଇଛି। ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଶର ଯୁବ ସମାଜ ପ୍ରତି ମୋଦି ସରକାରଙ୍କ ପ୍ରତାରଣା ସଦୃଶ ହୋଇଛି।ଗ୍ରାମାଞ୍ଚଳ ରେ ବେକାର ଯୁବକ, ଯୁବତୀଙ୍କୁ ବର୍ଷ କୁ ସର୍ବନିମ୍ନ କାମ ଯୋଗାଉଥିବା ମନେରଗା ଯୋଜନା କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବନ୍ଦ କରିବା ସହିତ ଭି ବି ଜି ରାମ ଜି ଆଇନ୍ ଆଣିଛନ୍ତି ଯାହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ପୁଣିଥରେ କ୍ଷୁଧା ମଧ୍ୟକୁ ଠେଲି ହୋଇଯିବେ। କେନ୍ଦ୍ର ସରକାରଙ୍କ ଏହି ଜନ ବିରୋଧି ନିତୀ ବିରୁଦ୍ଧରେ ଆଗାମୀ ଦିନରେ ଲଗାତାର ଭାବରେ ଆନ୍ଦୋଳନ ଜାରି ରହିବ ଯେ ପର୍ଯ୍ୟନ୍ତ ସରକାର ଏ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ ଜନ ବିରୋଧି ନିତୀ ପରିତ୍ୟାଗ କରି ନାହାନ୍ତି ବୋଲି ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ରାଜ୍ୟ ଉପସଭାପତି ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ,ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ,ସି ପି ଆଇ ଏମ୍ ରାଉରକେଲା ସଂପାଦକ ରାଜ କିଶୋର ପ୍ରଧାନ, ରାଜ୍ୟ ସଂପାଦକ ପ୍ରଭାତ ପଣ୍ଡା,ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ଼,ସୁଶିଳା ମୁଣ୍ଡା, ଆନନ୍ଦ ମାସି ହରୋ,ବି ପି ମହାପାତ୍ର, ଷ୍ଟିଲ ଏମ୍ପୋଇଜ ଟ୍ରେଡ ୟୁନିୟନ ନେତା ପ୍ରଦୀପ ସେଠୀ, ଯଜ୍ଞେଶ୍ଵର ସାହୁ, ଜୀବନ ବରିହା, ଏନ୍ ଏନ୍ ପାଣିଗ୍ରାହୀ, ବାସୁଦେବ ସାହୁ, କୁଳମଣି ରାଉତ, ସୁରେନ୍ଦ୍ର ମହାନ୍ତି,ପି କେ ଷଡ଼ଙ୍ଗୀ, ବିଶ୍ଵଜିତ ରାଉତରାୟ, ପର୍ଶୁରାମ ଜେନା, ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ନେତା ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ,ଅରୁ ଦାସ, ବିନୟ ବେହୁରିଆ, ଅଶୋକ ଦାସ,ବଛିରାମ ବେହେରା,ବି ବି ଗିରି, ଏନ୍ କେ ରାଉତରାୟ, ସୁନ୍ଦରଗଡ଼ ମୋଟର କର୍ମଚାରୀ ନେତା ଶୁଭେନ୍ଦୁ ମହାନ୍ତି, ମୀନକେତନ ରାଉତ, ରାଉରକେଲା ମିନି ବସ୍ ଆସୋସିଏସନ୍ ନେତା ଅରୁଣ ମହାରଣା,ଆଇ ଡି ଏଲ୍ କେମିକାଲ୍ସ ଓରକର୍ସ ୟୁନିୟନ ନେତା ଉପେନ୍ଦ୍ର ତ୍ରିପାଠୀ, କିଶୋର ଏକ୍କା, ଆଲୁମିନା ଡାଙ୍ଗ, ଏନ୍ ଏସ ପି ସି ଏଲ ଓରକର୍ସ ୟୁନିୟନ ନେତା ଜଗବନ୍ଧୁ ରାଉତ, ଅଜିତ୍ ରାୟ ବିଜୟ ପରିଡା, ଜନ୍ମେଜୟ ଘୋଷ, ପ୍ରମୋଦ ପରିଡ଼ା ପ୍ରମୁଖ ଏକ ମିଳିତ ପ୍ରେସ ବିବୃତିରେ ଜଣାଇଛନ୍ତି।
