ରାଉରକେଲା ୧୮/୨,(ଉତ୍କଳ ସମାଚାର) ଶୀତଳା ମାତା ପ୍ରତିଷ୍ଠା ମହୋତ୍ସବ ଅବସରରେ ଉଦିତନଗର ସିଂହାସନୀ ମନ୍ଦିରରୁ ଏକ ବିଶାଳ କଳସ ଶୋଭାଯାତ୍ରା ବାହାରିଥିଲା। ଏହି କଳସ ଯାତ୍ରାରେ ବହୁ ସଂଖ୍ୟାରେ ସଧବା ମହିଳାମାନେ ସାମିଲ ହୋଇଥିଲେ, ଯାହା ମହତାବ ରୋଡ୍ ଦେଇ ପାୱାର ହାଉସ୍ ରୋଡ୍, କଚେରୀ ରୋଡ୍ ଦେଇ ବିର୍ସା ଦହର ସ୍ଥିତ ମନୋକାମନା ସିଦ୍ଧି ହନୁମାନ ମନ୍ଦିରରେ ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ମହିଳାମାନେ ନାଲି ଶାଢ଼ୀ ଓ ନାଲି ଚୁନରୀ ପିନ୍ଧି ମୁଣ୍ଡରେ କଳସ ଧରି ସାମିଲ ହୋଇଥିଲେ। ଢୋଲ, ନଗଡ଼ା ଓ ବାଜା ସହିତ ଏହି କଳସ ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ। ଏହାପରେ ମନୋକାମନା ହନୁମାନ ମନ୍ଦିର ପରିସରରେ କଳସ ସ୍ଥାପନ କରାଯାଇଥିଲା। ମନ୍ଦିରର ପୂଜକଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯିବା ପରେ ଆରତୀ ହୋଇଥିଲା ଓ ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା।ଏହି କଳସ ଯାତ୍ରାକୁ ସଫଳ କରିବାରେ ମନୋକାମନା ସିଦ୍ଧି ହନୁମାନ ମନ୍ଦିରର ସମସ୍ତ ପଦାଧିକାରୀ ଓ ସଦସ୍ୟମାନଙ୍କର ସକ୍ରିୟ ଯୋଗଦାନ ରହିଥିଲା।

