ରାଉରକେଲା:18//2,(ଉତ୍କଳ ସମାଚାର) ସେକ୍ଟର ୨ ସିଟି ମାର୍କେଟ ଠାରେ ୬୪ତମ ଶ୍ରୀ ଶ୍ରୀ ହରି ହର ଭେଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୩ ସ୍ଥିତ ରାମ ମନ୍ଦିରରୁ ହରି ଓ ସେକ୍ଟର ୨ ତ୍ରିନାଥ ମନ୍ଦିରରୁ ହର ଙ୍କ ମେଢ ବାଣ ରୋଷଣୀରେ ଆସି ସେକ୍ଟର ୨ ମାର୍କେଟ ଠାରେ ମିଳନ ହୋଇଥିଲେ। ଏହି ଅବସରରେ ସେଠାରେ ସିଦ୍ଧେଶ୍ୱର ସୁରସାଗର ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା । ଏଥିରେ ସର୍ବଶ୍ରୀ କିଶୋର ମହାନ୍ତି, ମାନସୀ ଦେ, ଦିଲ୍ଲିପ ପୃଷ୍ଟି, ପ୍ରଣତୀ ମିଶ୍ର, ପ୍ରବୋଧ କୁମାର ନାୟକ,ଲିଲିରାଣୀ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ସେହିପରି ହରି ହର ଙ୍କ ମାନବୀୟ ଲୀଳା ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ରଶ୍ମିତ ସାହାଣୀ, ଶଙ୍କର ଜେନା, ସଭାପତି ଅରୁଣ ପ୍ରସାଦ ମିଶ୍ର,ବାପି ଆଚାର୍ଯ୍ୟ, ଚିନ୍ମୟ ସାମଲ, ରମେଶ ଜେନା, ଆଦିତ୍ୟ ବାରିକ, ବିରେନ୍ଦ୍ର ନାରାୟଣ ସ୍ବାଇଁ, ଦୁର୍ଗା ଜେନା,ଲୁସି ଦାଶ, ସୁଶାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ,ସୁରଥ ପଣ୍ଡା,ବାଦଲ ମଣ୍ଡଳ, ପ୍ରଶାନ୍ତ ବିହାରୀ,ସୈ।ମ୍ୟରଞ୍ଜନ ମହନ୍ତ, ପ୍ରଭାତ ପ୍ରଧାନ, ଅରୁଣ ମଣ୍ଡଳ, କାହ୍ନୁଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

