ପାପଡାହାଣ୍ଡି-20:2:26-(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ସରପଞ୍ଚ ପଦ ଦାୟିତ୍ୱ ସ୍ଥାନୀୟ ନାଏବ ସରପଞ୍ଚ ବନିତା ପଟ୍ଟନାୟକ ଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଚନ୍ଦ୍ରଧ୍ଵଜ ମାଝୀ ସରପଞ୍ଚ ଥିବାବେଳେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ ପଞ୍ଚାୟତ ର ପ୍ରାୟ ୱାର୍ଡ ମେମ୍ବର ମାନେ ଅନସ୍ତା ପ୍ରସ୍ତାବ ପାଇଁ ଭୋଟ ଦେଇଥିଲେ ।ଏହା ସ୍ଥଗିତ ପାଇଁ ଚନ୍ଦ୍ରଧ୍ଵଜ ଉଚ୍ଚ ନ୍ୟାୟାଳୟ ରେ ଆବେଦନ କରିଥିଲେ । ତିନି ମାସ ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ପ୍ରକାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୧୪୮/୨୬ ପ୍ରକାରେ ନାଏବ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନା ଥାଉକି ଅନାସ୍ଥା ପ୍ରସ୍ତାବ ପାଇଁ ଗତ ନଭେମ୍ବର ୧୧ ତାରିଖରେ ମୈଦଲପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପାପଡାହାଣ୍ଡି ତହସିଲଦାର ଙ୍କ ଉପସ୍ଥିତିରେ ଭୋଟ ଗ୍ରହଣ କରାଯାଇଥିଲା । ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ ଭୋଟର ଫଳାଫଳ ଘୋଷଣା ନ କରିବାକୁ ଉଚ୍ଚ ନ୍ୟାୟାଳୟ ଠାରୁ ଏକ ଆଦେଶନାମା କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ଦ୍ୱାରା ୨୦୨୫ ମସିହାର ଡବ୍ଲ୍ୟୁପିସି ନଂ ୩୧୬୯୧ ରେ ଅନାସ୍ଥା ପ୍ରସ୍ତାବର ଫଳାଫଳ ସ୍ଥଗିତ ରଖାଯାଇଥିବାରୁ ଓପିଜି ଆଇନ ୧୯୬୪ ଧାରା ୨୪(୧) ଅନୁଯାୟୀ ମୈଦଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ ଖାଲି ପଡ଼ିଛି । ନାଏବ ସରପଞ୍ଚଙ୍କୁ ଆଜି ଦାୟିତ୍ୱ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନିର୍ଦ୍ଦେଶ ରହିଛି । ଯେତେଦିନ ପର୍ଯ୍ୟନ୍ତ ସରପଞ୍ଚ ଦାୟିତ୍ବ ରେ ଥିବି ଲୋକଙ୍କ ସେବା କରିବା ସହ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବି ବୋଲି ବର୍ତ୍ତମାନ ର ସରପଞ୍ଚ ବନିତା ପଟ୍ଟନାୟକ କହିଛନ୍ତି ।

