ପାପଡାହାଣ୍ଡି ,20:2:26-(ଉତ୍କଳ ସମାଚାର) ଚଳିତ ବର୍ଷ ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବ , ଆଜି ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହୋଇଛି, ଚଳିତ ବର୍ଷ ପାପଡାହାଣ୍ଡି ବ୍ଲକରେ ମୋଟ 9 ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଯାଇଛି | ଏହି 9 ଗୋଟି କେନ୍ଦ୍ର ର ମୋଟ 1826 ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଦିନରେ ମୋଟ 1779 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 35 ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିଲେ | ପାପଡାହାଣ୍ଡି ସରକାରୀ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟ ଠାରେ ସରକାରୀ ୟୁ ଜି ଉଚ୍ଚ ବିଦ୍ୟାଳୟ ପୋଣ୍ଡିକୋଟ ର 55 ଜଣ, ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପାପଡାହାଣ୍ଡି ର 71 ଜଣ ଏବଂ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଜଟାବାଲ ର 59 ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପାପଡାହାଣ୍ଡି ଠାରେ ୟୁଜି ଉଚ୍ଚ ବିଦ୍ୟାଳୟ ଘାଟଗୁଡା 71,ୟୁଜି ଉଚ୍ଚ ବିଦ୍ୟାଳୟ ଶିରିଶି ର 37 ଜଣ ଏବଂ ହରିଶ୍ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ତୁମ୍ବର୍ଲା ର 118 ଜଣ ଛାତ୍ର ଛାତ୍ରୀ ମଧରୁ 3 ଜଣ ଅନୁପସ୍ଥିତ ରହିଥିଲେ, ସେହିପରି ବ୍ଲକର ୟୁଜି ଉଚ୍ଚ ବିଦ୍ୟାଳୟ ଟିକରାପାଲା,ୟୁଜି ଉଚ୍ଚ ବିଦ୍ୟାଳୟ ସିରିସୀ, ହରିଶ୍ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ତୁମ୍ବର୍ଲା, ମଇଦଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ,ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଜଟାବାଲ, ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଡାବୁଗାଁ, ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ମାନିଗାଁ ଠାରେ ପରୀକ୍ଷା କେନ୍ଦ୍ର ହୋଇଥିଲା | ନୋଡାଲ ଅଧିକାରି ଭାବେ ସରକାରି ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାରତି ବିଶୋଇ ପରିଚାଳନା କରିଥିବା ବେଳେ ଏ ବିଇଓ ପୂର୍ଣ୍ଣ ଚନ୍ଦ୍ର ମାଝୀ ଅବଜରବର, ମୈଦଲପୁର ଠାରେ ରାଇସିଂ ଭତରା ପରୀକ୍ଷା ପରିଚାଳନା କରିଥିବା ବେଳେ ଏବିଇଓ ସୁଦର୍ଶନ ନାୟକ ଅବଜରବର, ଏସଏସଡି ପାପଡାହାଣ୍ଡି ଠାରେ ପ୍ରଭାତୀ ବେହେରା ପରୀକ୍ଷା ପରିଚାଳନା କରିଥିବା ବେଳେ ଏବିଇଓ ବାଳକଦାସ ରନ୍ଧାରୀ ଅବଜରବର ରହିଥିଲେ, ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ ଏବଂ ଡିଇଓ ନବରଙ୍ଗପୁର ଛତ୍ରପତି ସାହୁ ପରୀକ୍ଷା କେନ୍ଦ୍ର ଗୁଡିକୁ ବୁଲି ତଦାରଖ କରିଥିଲେ | ପ୍ରଥମ ଦିନର ମାତୃଭାଷା ପରୀକ୍ଷା ସମସ୍ତ କେନ୍ଦ୍ରରେ ଗେଟ ସମୁଖରେ ପୋଲିସ ମୁତୟନ ରୋହି କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି |

