କେନ୍ଦୁଝର:20//2,(ଉତ୍କଳ ସମାଚାର)ଗରିବ ଅଶିକ୍ଷିତ ଲୋକଙ୍କ ନାମ ରେ ସିମ ବ୍ୟବହାର ଓ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କା ଠକେଇ କରୁଥିବା ଝାଡ଼ଖଣ୍ଡ ରାଜ୍ୟ ଜାମତାରା ଗ୍ରାମର ଅଲ୍ଲୀ ହୁସେନ, ମହମ୍ମଦ ମନୱାର ଆନସାରୀ, ମହମ୍ମଦ ସରତାଜ ଆନସାରୀ ସମେତ କେନ୍ଦୁଝର ଶୁଆକାଠି ଅଂଚଳ ର ଅଲେଖ ପାତ୍ର କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି, କେନ୍ଦୁଝର ଜିଲ୍ଲାର ୩୩ଟି ବ୍ୟାଙ୍କ ରେ ୧୨୦୦ଟି ଆକାଉଣ୍ଟ ଖୋଲି ସାରା ଦେଶର ବିଭିନ୍ନ ଲୋକଙ୍କୁ ଠକୁ ଥିବାର ଜଣା ଯାଇଛି ଏହିସବୁ ଆକାଉଣ୍ଟ ରେ ଥିବା ଏକକୋଟି ଚଉଦଲକ୍ଷ ବାର ହଜାର ଛ ଶହ ଟଙ୍କା କୁ ପୋଲିସ ଫ୍ରିଜ କରିଛି ବୋଲି ପୋଲିସ ପ୍ରକାଶ କରିଛି ସେମାନଙ୍କ ନିକଟରୁ ଦୁଇଟି ବାଇକ, ଛ ଟି ମୋବାଇଲ ଫୋନ, ୩୮ଟି ଏଟିଏମ କାର୍ଡ, ୯୧ଟି ସିମ ଜବତ କରାଯାଇଛି, ଏମାନେ ଦିନ ବେଳେ ମିସ୍ତ୍ରୀ କାମ କରୁଥିବାବେଳେ ରାତିରେ ଅପରାଧିକ କାର୍ଯ୍ୟ କରୁଥିଲେ, କେନ୍ଦୁଝର ଜିଲ୍ଲାରେ ବର୍ଷାଧିକ କାଳ ଏହି କାର୍ଯ୍ୟ କରି ଗରୀବ ଲୋକଙ୍କୁ ଲୋଭ ର ବସବର୍ତ୍ତୀ କରି ୫ହଜାର ଟଙ୍କାଆଗୁଆ ଦେଇ ବ୍ୟାଙ୍କ ରେ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟ ପାସ ବୁକ, ସିମ ଝାଡ଼ଖଣ୍ଡ ର ଅପରାଧୀ ମାନଙ୍କୁ ବିକ୍ରୀ କରୁଥିଲେ, ଅତିରିକ୍ତ ଏସପି ସ୍ନେହାଶିଷ ସାହୁ, ଏସ୍ଡ଼ିପିଓ ସୁଦର୍ଶନ ଗଙ୍ଗୋଇ,ଟାଉନ ଥାନା ଅଧିକାରୀ ସାହୁ ଙ୍କ ନେତୃତ୍ୱ ରେ ପୋଲିସ ଟିମ ତଦନ୍ତ କରି ଅପରାଧୀ ଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛନ୍ତି

