ରାଉରକେଲା:22//2,(ଉତ୍କଳ ସମାଚାର)ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତିକୁଞ୍ଜ ହରିଦ୍ୱାରଙ୍କ ତତ୍ତ୍ୱାବଧାନରେ ରାଉରକେଲା ସେକ୍ଟର-୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପରିସରରେ ରବିବାର ଦିନ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଭବ୍ୟ ଭାବେ ସମାପନ ହୋଇଯାଇଛି। ରବିବାର ୨୨ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପ୍ରଜ୍ଞା ଯୋଗ ଏବଂ ଧ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରୁ ଯଜ୍ଞ ପ୍ରାରମ୍ଭ ହୋଇଥିଲା, ଯେଉଁଥିରେ ପୂର୍ଣ୍ଣାହୁତି ସମୟରେ ବିପୁଳ ସଂଖ୍ୟାରେ ଗାୟତ୍ରୀ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ।ଏହି ଅବସରରେ ‘ଯୁଗ ସଙ୍ଗୀତ’ ଏବଂ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ଶକ୍ତିପୀଠର ଟ୍ରଷ୍ଟି ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚାରି ଦିନିଆ କାର୍ଯ୍ୟକ୍ରମର ସମାପନ ହୋଇଛି। ଶେଷ ଦିନରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ନିଜ ପରିବାର ସହ ସାମିଲ ହୋଇଥିଲେ। ଏହି ଉପଲକ୍ଷେ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା।

