ରାଉରକେଲା:22//2,(ଉତ୍କଳ ସମାଚାର)ଜୟ ଶ୍ରୀ ଶ୍ୟାମ ସେବା ସଂଘ, ରାଉରକେଲା ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀ ଶ୍ୟାମ ନିଶାନ ପୂଜନ ମହୋତ୍ସବ ଅବସରରେ ଅମର ଭବନ ପରିସରରେ ଶ୍ୟାମ ବାବାଙ୍କର ଏକ ଭବ୍ୟ ଦରବାର ସୁସଜ୍ଜିତ କରାଯାଇଥିଲା। ଫୁଲରେ ସଜାଯାଇଥିବା ଏହି ଦରବାରରେ ଦିବ୍ୟ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯିବା ସହ ବାବାଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା। ସନ୍ଧ୍ୟା ୭ଟାରୁ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ କୋଲକାତାରୁ ଆସିଥିବା ପ୍ରସିଦ୍ଧ ଭଜନ ଗାୟକ ଜୟଶଙ୍କର ଚୌଧୁରୀ, ଶ୍ରୀ ଶ୍ୟାମ ସେବା ସଂଘର ବିକାଶ ଅଗ୍ରୱାଲ ଏବଂ ସ୍ଥାନୀୟ ଗାୟକ ରମଣ ଗଙ୍ଗାବତ ଶ୍ୟାମ ବାବାଙ୍କ ସମେତ ଅନ୍ୟ ଦେବାଦେବୀଙ୍କର ଗୋଟିଏ ପରେ ଗୋଟିଏ ଚିତ୍ତାକର୍ଷକ ଭଜନ ପରିବେଷଣ କରିଥିଲେ। ଭଜନର ତାଳେ ତାଳେ ଭକ୍ତମାନେ ଝୁମି ଉଠିଥିଲେ।ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ୟାମ ଭକ୍ତ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ ଶ୍ୟାମ ବାବାଙ୍କ ଆରତି କରାଯାଇ ଭକ୍ତମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା। ଶ୍ୟାମ ବାବାଙ୍କ ଦରବାରରେ ପୂଜା କରାଯାଇଥିବା ନିଶାନଗୁଡ଼ିକୁ ଭକ୍ତମାନଙ୍କ ଦ୍ୱାରା ଆସନ୍ତା ୨୬ ତାରିଖରେ ଖାଟୁ ଧାମରେ ଅର୍ପଣ କରାଯିବ

