ନବରଙ୍ଗପୁର.ନରସିଂବାଘ.23//2,(ଉତ୍କଳ ସମାଚାର )ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଳକରେ ଅନେକ ସାମ୍ବାଦିକ କାର୍ଯ୍ୟରତ ରହିଥିବା ବେଳେ ବ୍ଳକରେ ସାମ୍ବାଦିକ ମାନଙ୍କ ପାଇଁ କୌଣସି ପ୍ରକୋଷ୍ଠ ନ ଥିଲା | ବ୍ଳକରେ କାର୍ଯ୍ୟରତ ସାମ୍ବାଦିକମାନେ ଖରା ବର୍ଷା ଓ ଶୀତ କାକର ସମୟରେ ମଧ୍ୟ ଖୋଲା ଚାଦର ତଳେ ସମ୍ମିଳିତ ହୁଅନ୍ତି ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି |ଏହି ପରିପ୍ରେକ୍ଷୀରେ ଆଜି ତେନ୍ତୁଳୀଖୁଣ୍ଟି ବ୍ଳକରେ ଏକ ସାମ୍ବାଦିକ ପ୍ରକୋଷ୍ଠ ର ଶୁଭ ଉଦଘାଟନ ହେବା ଫଳରେ ସାମ୍ବାଦିକ ମହଲରେ ଏକ ପ୍ରକାର ଆନନ୍ଦର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି |ବ୍ଳକର ପନ୍ଦର ଗୋଟି ପଂଚାୟତର କୋଣେ ଅନୁକୋଣେ ରହି ଖବର ସଂଗ୍ରହ କରି ତାର ପ୍ରସାରଣ କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ଏହି ପ୍ରକୋଷ୍ଠ ଏକ ବିଶ୍ରାମ ସ୍ଥାନ ହେବା ସହିତ ସ୍ଥାନୀୟ ଜନସାଧାରଣ ମାନଙ୍କ ପାଇଁ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ଭାବେ କାର୍ଯ୍ୟରେ ଆସିବ ବୋଲି ସାମ୍ବାଦିକ ମାନେ ଆଶା ବ୍ୟକ୍ତ କରିଛନ୍ତି |ଦୀର୍ଘ ର ବର୍ଷର ଅପେକ୍ଷା ପରେ ଏହି ପ୍ରକୋଷ୍ଠ ର ଶୁଭ ଉଦଘାଟନ ତେନ୍ତୁଳୀଖୁଣ୍ଟି ବ୍ଳକର ସାମ୍ବାଦିକ ମାନଙ୍କ ମନରେ ଏକ ନୁଆଁ ଆଶା ଓ ନୁଆଁ ଉଦ୍ଦୀପନା ଭରି ଦେଇଛି |ଏହି ଉଦଘାଟନୀ ସମାରୋହରେ ସ୍ଥାନୀୟ ବିଡ଼ିଓ,ମୋନଜ କୁମାର ପାଣିଗ୍ରାହୀ.ଆଇଆଇସି,ପ୍ରଣାବ କୁମାର ଟୁଡୁ.ଜନ ମଙ୍ଗଳ ଅଧିକାରୀ ଜଗମହନ ମାଝୀ. ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ରୋହିତ ମାଝୀ. ଏ ଏସ ଆଇ ଭରତ ମାଝୀ. ସହ ଅନେକ ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତି ବିଶେଷ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଶୁଭ କାମନା ଜ୍ଞାପନ ପୂର୍ବକ ନିରପେକ୍ଷ ଓ ନିର୍ଭିକ ଭାବେ ଖବର ପ୍ରସାରଣ କରି ସମାଜକୁ ଏକ ପ୍ରଗତିଶୀଳ ଓ ସୁସ୍ଥ ସମାଜ ଗଠନ କରିବା ଦିଗରେ ନିଜ ନିଜ ଅବଦାନ ଦିଅନ୍ତୁ ବୋଲି କହିଛନ୍ତି |କାର୍ଯ୍ୟକ୍ରମଟିକୁ ସାମ୍ବାଦିକ ଶେଖର ଖୁରା ପରିଚାଳନା କରିଥିବା ବେଳେ ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନେ ସମସ୍ତଙ୍କୁ କର ମୋର୍ଦନ କରି ଧନ୍ୟବାଦ ଅର୍ପଣ କରିଥିଲେ |
