ନବରଙ୍ଗପୁର.23//2, ନରସିଂବାଘ. (ଉତ୍କଳ ସମାଚାର). ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ଅଦାଲତ (NDPS) ର ମାନ୍ୟବର ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଏକ ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭଗବାନ ନାୟକ କୁ ନିର୍ଦୋଷରେ ଖଲାସ କରିଛନ୍ତି* । *ସୂଚନା ଅନୁଯାୟୀ, ଗତ 22/06/2021 ତାରିଖ ଦିନ ସକାଳ ପ୍ରାୟ 6 ଘଣ୍ଟା ସମୟରେ ତେନ୍ତୁଳୀଖୁଣ୍ଟି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ବାହାରମେଙ୍ଗ୍ରା ଗ୍ରାମରୁ ଡୁଲୁ ଘାଟି ଅଞ୍ଚଳ କୁ ଗଞ୍ଜେଇ ଚାଲାଣ କରୁଥିବାର ସୂଚନା ପାଇଥିଲେ* l *ପୋଲିସ ସନ୍ଦେହ ଜନକ ଭାବରେ ଏକ ନାଲି ରଙ୍ଗର ମୋଟରସାଇକେଲ କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଚାଳକ ଗାଡି କୁ ନରଖି ସନ୍ଦେହଜନକ ଭାବରେ କ୍ଷିପ୍ର ବେଗରେ ଗାଡି ଚାଳନା କରିଥିଲା ଫଳ ସ୍ୱରୂପ ପୋଲିସ ର ଅଧିକ ସନ୍ଦେହ ଘନୀଭୂତ ହେଲା* l *ସେମାନେ ଗାଡି ର ପିଛା କରି କାନ୍ଦରାଗୁଡା ଗ୍ରାମ ନିକଟରେ ଅଭିଯୁକ୍ତ ଭଗବାନ ନାୟକ କୁ ଅଟକାଇବାରେ ସଫଳ ହେବାପରେ ଅଭିଯୁକ୍ତ ଠାରୁ କି 15 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ତେନ୍ତୁଳୀଖୁଣ୍ଟି ପୋଲିସ ଅଭିଯୁକ୍ତ ଭଗବାନ ନାୟକ ଙ୍କ ନାମରେ ତେନ୍ତୁଳୀଖୁଣ୍ଟି ଥାନା କେସ ନମ୍ବର 84/2021 ପ୍ରକାରେମାଦକ ଦ୍ରବ୍ୟ ଏବଂ ମନୋବିକାରକ ପଦାର୍ଥ ଅଧିନିୟମ, ୧୯୮୫ (Narcotic Drugs and Psychotropic Substances Act, 1985). NDPS ଆଇନ ର ଦଫା 20 (b) (II) NDPS ଆଇନ ପ୍ରକାରେ ଏକ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ l ଯାହାର କୋର୍ଟ କେସ ନମ୍ବର ଥିଲା TR-41/21 l ସମସ୍ତ 16 ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଅଭିଯୁକ୍ତ ଅଭିଯୁକ୍ତ ଭଗବାନ ନାୟକ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ, ପ୍ରଫୁଲ୍ଲ ସିଂ, ଶେକ ବାବା ଅଲିଶା ଓ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ* l
