ରାଇଘର, ନରସିଂବାଘ.23//2, (ଉତ୍କଳ ସମାଚାର) :ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଧୀନସ୍ଥ ଏବଂ ସୀମାନ୍ତ ଛତିଶଗଡ ସୀମା ସମୀପବର୍ତ୍ତୀ କୁନ୍ଦୁଇ ଥାନା ଅଞ୍ଚଳର ଖୁଡୁକୁ ପଞ୍ଚାୟତ ଅନ୍ତର୍ଗତ ଖୁଡୁକୁ ଗ୍ରାମରେ କ୍ରିକେଟ ଖେଳ ଆଡରେ ଜୁଆ ଚାଲୁଥିବା ଅଭିଯୋଗ ଉଠିଛି।ସ୍ଥାନୀୟ ସୂତ୍ରମାନଙ୍କ ଅନୁସାରେ, ଗ୍ରାମରେ ଖେଳାଯାଉଥିବା କ୍ରିକେଟ ମ୍ୟାଚକୁ କେନ୍ଦ୍ର କରି କିଛି ବ୍ୟକ୍ତି ଟଙ୍କା ଲଗାଇ ଜୁଆ ଖେଳୁଥିବା ଦେଖାଯାଇଛି। ଏହା ଦ୍ୱାରା ଯୁବପିଢ଼ି ଭ୍ରମ ପଥରେ ପଡ଼ୁଥିବା ଓ ସାମାଜିକ ପରିବେଶ ଅଶାନ୍ତ ହେଉଥିବା ବୋଲି ଗ୍ରାମବାସୀମାନେ ଚିନ୍ତା ପ୍ରକାଶ କରିଛନ୍ତି।ଏହି ଘଟଣାକୁ ନେଇ ସଚେତନ ମହଳରେ ଅସନ୍ତୋଷ ବ୍ୟକ୍ତ ହେଉଛି ଏବଂ ପ୍ରଶାସନ ତଥା କୁନ୍ଦୁଇ ଥାନା ପୋଲିସ ତତ୍କ୍ଷଣାତ୍ ତଦନ୍ତ କରି ଆବଶ୍ୟକ ଆଇନୁନ୍ମୁଖୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉଠିଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଯଦି ସମୟରେ ପଦକ୍ଷେପ ନ ନିଆଯାଏ, ତେବେ ଏହି ପ୍ରବୃତ୍ତି ଆଗାମୀଦିନରେ ଅଧିକ ଭୟାବହ ରୂପ ନେଇପାରେ।
