ରାଉରକେଲା ୨୩/୨,(ଉତ୍କଳ ସମାଚାର) ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହନୁମାନ ବାଟିକା ପରିସରରେ ତିନିଦିନ ଧରି ୩୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଭକ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶରେ ଫେବୃଆରୀ ୨୧ ତାରିଖ ଠାରୁ ତିନି ଦିନିଆ ଧାର୍ମିକ ଉତ୍ସବ ଆରମ୍ଭ କରାଯାଇଛି। ୨୦୨୬ ଫେବୃଆରୀ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ୩୨ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଚାଲିବ। ଫେବୃୟାରୀ ୨୧ ତାରିଖ ପ୍ରାତଃ ୬ଟା ୩୦ ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ସକାଳ ୯ଟା ୧୫ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ମଣ୍ଡଳ ପୂଜା, ହନୁମାନ ପୂଜା କରାଯାଇଥିଲା। ପୂର୍ବାହ୍ନ ୧୧ଟା ସମୟରେ ସୁନ୍ଦରକାଣ୍ଡ ପାରାୟଣ, ଅପରାହ୍ନ ୧୨ଟା ୩୦ ସମୟରେ ଯଜ୍ଞ ଆରମ୍ଭ କରାଯାଇ ଆହୂତି ପ୍ରଦାନ କରାଯାଇଥିଲା। ସେହିପରି ଫେବୃଆରୀ ୨୨ ତାରିଖ ରବିବାର ଦିନ ସକାଳ ୮ଟା ୩୦ ସମୟରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସାଲା ପ୍ରବେଶ, ଯଜ୍ଞରେ ଆହୂତି ପ୍ରଦାନ କରାଯାଇଥିଲା। ସକାଳ ୯ଟା ୧୫ରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଆରମ୍ଭ ହୋଇଥିଲା। ସେହିପରି ଫେବୃଆରୀ ୨୩ ତାରିଖ ସୋମବାର ଦିନ ପ୍ରାତଃ ୬ଟା ୩୦ରେ ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ଗୁରୁଣ୍ଡିଆ ମହିଳା କୀର୍ତ୍ତନ ଦଳ ସଂକୀର୍ତ୍ତନରେ ଭାଗ ନେଇଛନ୍ତି। ସକାଳ ୮ଟା ୩୦ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସାଲା ପ୍ରବେଶ, ଯଜ୍ଞ ଆରମ୍ଭ କରାଯାଇ ଅହୁତି ପ୍ରଦାନ କରାଯାଇଥିଲା ୩୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ୩୦ ସମୟରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ସନ୍ଧ୍ୟା ୬ଟା ୧୫ରେ ଆରତୀ ଏବଂ ପୁଷ୍ପଞ୍ଜଳି ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଫେବୃଆରୀ ୨୪ ତାରିଖ ସକାଳ ୬ଟା ୧୫ରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମାପନ ହେବା ସହିତ ସକାଳ ୭ଟା ୩୦ରେ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇ ହନୁମାନ ବାଟିକା ୩୨ତମ ପ୍ରତିଷ୍ଠା ଦିବସକୁ ସମାପନ କରାଯିବ। ହନୁମାନ ବାଟିକାର ୩୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭକ୍ତମାନଙ୍କ ଉପସ୍ଥିତି ତଥା ପ୍ରସାଦ ସେବନ ଏହି କାର୍ଯ୍ୟକ୍ରମକୁ ଉତ୍ସବମୁଖର କରିଦେଇଛି। ୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟର ସଚିବ ଶୁଭ ପଟ୍ଟନାୟକ ଏବଂ ଲୋକସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାତୁଲ୍ୟ ଏହି ଅବସରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟ୍ରଷ୍ଟି ଏମ. ଦିନକର ତାଙ୍କ ପରିବାର ସହିତ ଉପସ୍ଥିତ ଥିଲେ। ମନ୍ଦିର ପୂଜକ ଏବଂ ଟ୍ରଷ୍ଟ କାର୍ଯ୍ୟାଳୟର କର୍ମଚାରୀମାନେ ପୂଜାର୍ଚ୍ଚନାର ସୁଗମ ପରିଚାଳନାରେ ସକ୍ରିୟ ଭାବରେ ଯୋଗଦାନ ଦେଇଥିଲେ। ଆୟୋଜକମାନେ କହିଛନ୍ତି ଯେ ଫେବୃଆରୀ ୨୩ ତାରିଖରେ ପୂର୍ଣ୍ଣାହୁତି ଏବଂ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ସହିତ ଏହି ଉତ୍ସବ ଶେଷ ହେବ। ସମଗ୍ର କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦର୍ଶନଯୋଗ୍ୟ ଥିଲା ଏବଂ ସମଗ୍ର ହନୁମାନ ବାଟିକା ପରିସର ଭକ୍ତିପୂର୍ଣ୍ଣ ପରିବେଶରେ ପରିପୂର୍ଣ୍ଣ ହୋଇଥିଲା।

