ରାଉରକେଲା:25//2,(ଉତ୍କଳ ସମାଚାର) ପାନପୋଷ ସ୍ଥିତ ଜଗନ୍ନାଥ କଲୋନୀରେ ଶ୍ରୀ ହନୁମାନ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ବୁଧବାର, ୨୫ ଫେବୃଆରୀ ଦିନ ଏକ ଭବ୍ୟ କଳସ ଯାତ୍ରା ବାହାରିଥିଲା। ପାନପୋଷ ବ୍ରାହ୍ମଣୀ ନଦୀ କୂଳରୁ ପ୍ରାୟ ୨୦୦ ସୁହାଗିନୀ ମହିଳା ନାଲି ଶାଢ଼ୀ ଓ ନାଲି ଚୁନରୀ ପରିଧାନ କରି ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ। ଢୋଲ, ନଗାଡ଼ା ଓ ବାଜା ରୋଷଣୀ ସହ ବାହାରିଥିବା ଏହି ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଅଂଶଗ୍ରହଣ କରିଥିଲେ।ଏହି କଳସ ଯାତ୍ରା ପାନପୋଷ ବସ୍ତି ଦେଇ ଜଗନ୍ନାଥ କଲୋନୀରେ ପହଞ୍ଚିବା ପରେ, ମହିଳାମାନେ ନବନିର୍ମିତ ହନୁମାନ ମନ୍ଦିର ପରିସରରେ କଳସ ସ୍ଥାପନ କରିଥିଲେ। ଏହାପରେ ମନ୍ଦିରର ପୂଜକଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା। ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।ଆସନ୍ତା ୨୮ ଫେବୃଆରୀରେ ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହିତ ଯଜ୍ଞ ଓ ହୋମ ଅନୁଷ୍ଠିତ ହେବ। ମନ୍ଦିର କମିଟି ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଆଜିର ଏହି କଳସ ଯାତ୍ରାରେ ପାନପୋଷ, ରାଉରକେଲା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

