ରାଉରକେଲା:25//2,(ଉତ୍କଳ ସମାଚାର) ରାଉରକେଲା ମହାନଗର ନିଗମ (RMC) ପକ୍ଷରୁ ସହରର ମୁଖ୍ୟ ରାସ୍ତାରେ ନିର୍ମାଣ କାର୍ଯ୍ୟ ଏବଂ ପାଇପ୍ ଲାଇନ ବିଛାଇବା ପାଇଁ ଗାତ ଖୋଳାଯାଇଥିଲା। ଏହା ପରେ କଂକ୍ରିଟ୍ ଏବଂ ସିମେଣ୍ଟ ଦ୍ୱାରା ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ଆଜି ବୁଧବାର ଦିନ ଏକ ମହିନ୍ଦ୍ରା ପିକଅପ୍ ଗାଡ଼ି ସେହି ରାସ୍ତା ଦେଇ ଯିବା ସମୟରେ ଗାତରେ ଫସି ଯାଇଥିଲା।ହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ରାସ୍ତାକୁ ଠିକ୍ ଭାବରେ ମରାମତି କରାଯାଇ ନଥିବାରୁ ଏହିଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

