ସୁନ୍ଦରଗଡ଼,25//2,(ଉତ୍କଳ ସମାଚାର): ରାଜ୍ଯ ମହିଳା ଆୟୋଗଙ୍କ ସହାୟତା ଏବଂ ସୁନ୍ଦରଗଡ଼ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ଆନୁକୂଲ୍ଯରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ଯ ମହିଳା ଆୟୋଗ ସଦସ୍ଯା ଶ୍ରୀମତୀ ମୁକ୍ତା ସାହୁ,ପୂର୍ବତନ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦାମ ହୋତା, ସଦର ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଶ୍ରୀମତୀ ଚନ୍ଦ୍ରମା ମେହେର ,ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀବନ୍ତ ଜେନା,ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ କାଦମ୍ବିନୀ ସାମଲ ଯୋଗ ଦେଇ ମହିଳାଙ୍କ ସୁରକ୍ଷା,ଅଧିକାର ଉପରେ ଆଲୋଚନା କରିବା ସହିତ କନ୍ଯା ଭୃଣ ହତ୍ଯା ନିଷେଧ ଆଇନ, ବାଲ୍ଯ ବିବାହ ନିଷେଧ ଆଇନ, ଘରୋଇ ହିଂସା ନିଷେଧ ଆଇନ, ଯୌତୁକ ନିରୋଧ ଆଇନ ଆଦି ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଏହା ସହିତ ତୃଣମୂଳ ସ୍ତରରେ ଏହି ଆଇନ ଗୁଡ଼ିକ ଉପରେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।ସେହିଭଳି ନାରୀ ନିଜକୁ ଦୁର୍ବଳା ମନେ ନ କରି ସାହସ ର ସହ ନିଜ ଅଧିକାର କୁ ସାବ୍ଯସ୍ତ କରିବାକୁ ଆହ୍ବାନ ମଧ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମ ରେ ସଦର ବ୍ଲକର ସମସ୍ତ ପଞ୍ଚାୟତି ରାଜ ପ୍ରତିନିଧି,ଅଙ୍ଗନବାଡି କର୍ମୀ,ସି ଆର ପି, ଏମ ବି କେ, ବ୍ଯାଙ୍କ ମିତ୍ର, କଲେଜ ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଦର ବ୍ଲକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଶିଲା ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ସଦର ବ୍ଲକ୍ ସି ଡି ପି ଓ ଶ୍ରୀମତୀ ସୁବାସୀ ମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।

