ରାଉରକେଲା, ୨୬//୨//୨୦୨୬:(ଉତ୍କଳ ସମାଚାର) ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ରାଉରକେଲା ଶାଖା ପକ୍ଷରୁ ମେଫେୟାର ଭିଲେଜ୍ ଠାରେ “ବଜେଟ୍ ୨୦୨୬ ଏବଂ ନୂତନ ଆୟକର ଅଧିନିୟମ ୨୦୨୫” ବିଷୟବସ୍ତୁ ଉପରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ ଏବଂ ସମସ୍ତେ ଏହି ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ।ସେମିନାରର ପ୍ରଥମ ଅଧିବେଶନରେ ବଜେଟ୍ ୨୦୨୬ ଉପରେ ବ୍ୟାଖ୍ୟାନ ଦେବା ପାଇଁ ଦିଲ୍ଲୀରୁ ଆସିଥିବା ବିଶିଷ୍ଟ ବକ୍ତା ସିଏ ବିନୋଦ ଗୁପ୍ତା ବିସ୍ତୃତ ଭାବେ ନିଜର ମତ ରଖିଥିଲେ। ଏହି ଅଧିବେଶନରେ ରାଉରକେଲାର ବରିଷ୍ଠ ସଦସ୍ୟ ସିଏ ଆର୍. ପି. ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ। ବକ୍ତା ବଜେଟର ପ୍ରମୁଖ ବ୍ୟବସ୍ଥା, କରଦାତାଙ୍କ ଉପରେ ଏହାର ପ୍ରଭାବ ଏବଂ ବ୍ୟାବହାରିକ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଦ୍ୱିତୀୟ ଅଧିବେଶନରେ ସିଏ ପଙ୍କଜ ସାରୋଗୀ “ନୂତନ ଆୟକର ଅଧିନିୟମ ୨୦୨୫” ର ବିଭିନ୍ନ ବ୍ୟବସ୍ଥା ଏବଂ ଏହାର କାର୍ଯ୍ୟକାରିତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଆଲୋକପାତ କରିଥିଲେ। ଏହି ଅଧିବେଶନର ଅଧ୍ୟକ୍ଷତା କରିଥିଲେ ସିଏ ଏସ୍. କେ. ସେନାପତି।ଏହି ଅବସରରେ ବର୍ଷ ୨୦୨୬-୨୭ ପାଇଁ ରାଉରକେଲା ଶାଖାର ନୂତନ ପରିଚାଳନା ସମିତିର ଶପଥ ଗ୍ରହଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ନବଗଠିତ ସମିତିରେ:ଅଧ୍ୟକ୍ଷ – ସିଏ ପଙ୍କଜ ଗର୍ଗ ଉପାଧ୍ୟକ୍ଷ – ସିଏ ସନ୍ଦୀପ କୁମାର ଅଗ୍ରୱାଲ ସମ୍ପାଦକ – ସିଏ ସଞ୍ଜୟ ମିତ୍ତଲ କୋଷାଧ୍ୟକ୍ଷ – ସିଏ ସୋନୁ ଅଗ୍ରୱାଲ ସଦସ୍ୟ – ସିଏ ନୀଲବ ଅଗ୍ରୱାଲ ଏବଂ ପୂର୍ବତନ ଅଧ୍ୟକ୍ଷ – ସିଏ ଅନିଲ ଶର୍ମା ନିଜ ନିଜର ପଦଭାର ଗ୍ରହଣ କରିଥିଲେ। ନବ ନିର୍ବାଚିତ ଅଧ୍ୟକ୍ଷ ସିଏ ପଙ୍କଜ ଗର୍ଗ ନିଜ ଅଭିଭାଷଣରେ ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ଶାଖାକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ସଙ୍କଳ୍ପ ଦୋହରାଇଥିଲେ ଏବଂ ସଦସ୍ୟମାନଙ୍କ ସକ୍ରିୟ ସହଭାଗିତା ପାଇଁ ଆହ୍ୱାନ କରିଥିଲେ। ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।

