ସମ୍ବଲପୁର,୨୬/୦୨(ଉତ୍କଳ ସମାଚାର),(ସରୋଜ ସାହୁ):ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ରତ୍ନାକର ବେହେରା ଯୁବକ ସଂଘ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I ଶିବିର ରେ ଭିମସାରର ୧୫ ଜଣ ଅନୁଭବୀ ଚିକିତ୍ସକମାନଙ୍କ ଦ୍ବାରା ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ଉପଲବ୍ଧ ହେବ I ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଧନକଉଡା ରେ ୧ ମାର୍ଚ୍ଚ (ରବିବାର), ସକାଳ ୮.୩୦ ରୁ ମଧ୍ୟାନ୍ନ ୧.୩୦ ପର୍ଯ୍ୟନ୍ତ ଏହି ଶିବିର ଜାରି ରହିବ I ଏହି ମର୍ମ ରେ ଆଜି ରତ୍ନାକର ବେହେରା ଯୁବକ ସଂଘ ର ସମ୍ପାଦକ ହୀରାଲାଲ ବେହେରା ସଂଘ ର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସଂମ୍ବିଳନୀ ରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ I ଏହି ଶିବିର ରେପ୍ରଫେସର ଡ଼ା. ଲାଲମୋହନ ନାୟକ (ସ୍ତ୍ରୀ ଓ ପ୍ରସୂତି ବିଭାଗ) ଭୀମସାର ବୁର୍ଲା, ସହକାରୀ ପ୍ରଫେସର ଡ଼ା. ପଲ୍ଲବୀ ଠାକୁର(ସ୍ତ୍ରୀ ଓ ପ୍ରସୂତି ବିଭାଗ) ଭୀମସାର,ସହ ପ୍ରଫେସର ଡା. ଅରବିନ୍ଦ ବେହେରା (ଯକ୍ଷ୍ମା ଓ ଛାତି ରୋଗ ବିଭାଗ), ପ୍ରଫେସର ଡା. ଅଶୋକ କୁମାର ପାଣିଗ୍ରାହୀ (ମେଡିସିନ ବିଭାଗ), ସହ ପ୍ରଫେସର ଡା. ମନୋରଞ୍ଜନ ନାୟକ (ମେଡିସିନ ବିଭାଗ), ଡା. ଅରୁଣ ଦାଶ (ମେଡିସିନ ବିଭାଗ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ବଲପୁର, ସହ ପ୍ରଫେସରୁ ଡ଼ା. ପ୍ରମୋଦ କୁମାର ଶର୍ମା (ଚକ୍ଷୁ ବିଭାଗ) ଭୀମସାର, ସହ ପ୍ରଫେସର ଡା. ବିଶ୍ୱରଞ୍ଜନ ରାଉତରାୟ (କ୍ୟାନ୍ସର ବିଭାଗ), ଡ଼ା. କେ.କେ ଗୁପ୍ତା (ଶିଶୁ ରୋଗ ବିଶେଷଜ୍ଞ) ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ଅବସର ପ୍ରାପ୍ତ), ପ୍ରଫେସର ଡ଼ା. ସତ୍ୟଜିତ ମିଶ୍ର (କଣ୍ଠ ନାଶା ଓ ଗଳା ବିଶେଷଜ୍ଞ) ଭୀମସାର, ସହ ପ୍ରଫେସର ଡ଼ା. ଏସ୍. କେ. ପାଟଯୋଶି (ଚର୍ମ ଓ ଯୌନ ବିଭାଗ), ସହାୟକ ପ୍ରଫେସର ଡା. ଚୌବର୍ଗ ନାଏକଡ଼ା. ଅଭିଶେକ ଆଶ୍ଚର୍ଯ୍ୟ (ଦନ୍ତ ରୋଗ ବିଶେଷଜ୍ଞ), ଡ଼ା. ଜ୍ୟୋତିର୍ମୟୀ ସାହୁ ଏବଂ ଲକ୍ଷ୍ମୀକାନ୍ତ ବେହେରା ସି.ଏଚ.ସି ଦେବେଇପାଲି ପ୍ରମୁଖ ଯୋଗଦାନ କରି ସେବା ଯୋଗାଇ ଦେବେ ବୋଲି ସଂଘ ର ସଭାପତି ବିଶ୍ୱଜିତ ପଣ୍ଡା ପ୍ରକାଶ କରିଥିଲେ I ଆବାଳ ବୃଦ୍ଧ ବନିତା ଏହି ଶିବିର ରେ ଯୋଗଦାନ କରି ସମ୍ପୂର୍ଣ ମାଗଣା ଚିକିତ୍ସା ସୁବିଧା ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା I ଏହି ଅବସରରେ ଯୁବକ ସଂଘ ର ଉପଦେଷ୍ଟା କିଶୋର କୁମାର ସାହୁ ଏବଂ ଅରୁଣ କୁମାର ରାୟ ମଂଚାସୀନ ଥିଲେ I

