ରାଉରକେଲା ୨/୩,(ଉତ୍କଳ ସମାଚାର) ଜଙ୍ଗଲରେ ଅଗ୍ନି ଲାଗି, ଜଙ୍ଗଲ ପୋଡିବା ସହିତ ଜଙ୍ଗଲରେ ଥିବା ପଶୁ ଓ ପକ୍ଷୀ ଏଥିରେ ମୃତ ହେଉଛନ୍ତି। ଜଙ୍ଗଲ ଅଗ୍ନି ମନୁଷ୍ଯକୃତ। ଏହାର ନିରାକରଣ କରାଯିବାର ଆବଶ୍ୟକତା ରହିଛି। ଆଜି ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ ଅଗ୍ନି ନେଇ ସୂଚନା ଦେଇଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ। ଜଙ୍ଗଲ ଅଗ୍ନି ମନୁଷ୍ଯକୃତ। ଜଙ୍ଗଲ ଅଗ୍ନିକୁ ୫୦ ପ୍ରତିଶତ ହ୍ରାସ ହାସଲ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜଙ୍ଗଲ ଅଗ୍ନିକୁ ନେଇ ବନ ବିଭାଗ ପକ୍ଷରୁ ଏକ ମୋବାଇଲ ନମ୍ବର ଡିଏଫ୍ଓଙ୍କ କଣ୍ଟ୍ରୋଲ ରୁମ୍ ପକ୍ଷରୁ ଜାରି କରାଯାଇଛି ବୋଲି ସୂଚନା ଦିଆଯାଇଛି। ଏହି ମୋବାଇଲ ନମ୍ବର ହେଲା ୮୪୮୦୪୦୮୯୨୪। ଡିଏଫ୍ଓ ଯଶୋବନ୍ତ ସେଠୀ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ଜଙ୍ଗଲରେ ଅଗ୍ନି ଲାଗିବା ମନୁଷ୍ଯକୃତ। ଏହାର ନିବାରଣ ପାଇଁ ଓ୍ବାଚ୍ ଟାଓ୍ବାରରେ କ୍ଯାମେରା ଲଗାଯିବା ସହିତ ପଶୁ ପକ୍ଷୀଙ୍କ ପିଇବା ପାଇଁ ଆବଶ୍ୟକ ହେଉଥିବା ପାଣି, ଜଙ୍ଗଲରେ ଥିବା ନାଳ ଓ ଝରଣାର ପାଣିକୁ ବ୍ଯବହାରିକ କରିବା ପାଇଁ ସ୍ଥାନେ ସ୍ଥାନେ ଖନନ କରି ରଖାଯାଇଛି ବୋଲି ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ। ନସାଧାରଣଙ୍କ ପାଇଁ ବାର୍ତ୍ତା ଦେବାକୁ ଯାଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କହିଥିଲେ ଯେ, ଜଙ୍ଗଲରେ ନିଆଁ ଲାଗିବା ପରିବେଶତନ୍ତ୍ରର ଏକ ପ୍ରାକୃତିକ ଅଂଶ, କିନ୍ତୁ ଏହା ଲାଭ ଓ ବିପଦ ଉଭୟକୁ ନେଇ ଆସିଥାଏ। ଯଦିଓ ଏହା କିଛି ଉଦ୍ଭିଦକୁ ପୁନର୍ଜୀବିତ କରିବା ସହ ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ଏବଂ ବନ୍ୟପ୍ରାଣୀଙ୍କ ବାସସ୍ଥାନକୁ ସମର୍ଥନ କରିବାରେ ସାହାଯ୍ୟ କରିପାରେ। ଅନ୍ଯ ପକ୍ଷରେ ଏହି ଅନିୟନ୍ତ୍ରିତ ନିଆଁ ବିନାଶକାରୀ ହୋଇପାରେ। ଏହା ଜଙ୍ଗଲ, ଘର ଏବଂ ଫସଲକୁ ନଷ୍ଟ କରିଦେବା ସହିତ ବନ୍ୟପ୍ରାଣୀଙ୍କୁ ବିପଦରେ ପକାଇଥାଏ। ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଦୀର୍ଘକାଳୀନ ମାଟି ଏବଂ ପରିବେଶଗତ କ୍ଷତି ଘଟାଇଥାଏ। ଅଧିକାଂଶ ଜଙ୍ଗଲରେ ନିଆଁ ପ୍ରତିରୋଧ କରାଯାଇପାରିବ। ଲୋକମାନଙ୍କୁ ଜଙ୍ଗଲ ନିକଟରେ ଅଳିଆ ପୋଡ଼ିବା, ସିଗାରେଟ୍ ଫିଙ୍ଗିବା ଓ ଅସାବଧାନତାବଶତଃ ନିଆଁ ବ୍ୟବହାର କରିବାରୁ ବଞ୍ଚିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ଅଗ୍ନିକାଣ୍ଡ ଦେଖନ୍ତି, ତେବେ ତୁରନ୍ତ ରାଉରକେଲା ବନ ବିଭାଗ କଣ୍ଟ୍ରୋଲ ରୁମ ନମ୍ବର – ୮୪୮୦୪୦୮୯୨୪ରେ ଫୋନ୍ କରନ୍ତୁ। ସମସ୍ତେ ଆମେ ଏକାଠି ହୋଇ ଆମର ଜଙ୍ଗଲ ଏବଂ ଆମର ଭବିଷ୍ୟତକୁ ସୁରକ୍ଷା କରିପାରିବା ବୋଲି ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ।

