ପାପଡାହାଣ୍ଡି -2:3:26-(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତରଗତ ଜଟାବାଲ ପଞ୍ଚାୟତ ସଦର ଗ୍ରାମଠାରେ ଆଜି ପଣ୍ଡୁ ବଂଶୀୟ ଭତରା ସମାଜ ର ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ପଣ୍ଡୁ ବଂଶୀୟ ଭତରା ସମାଜ ର ଆବାହକ ହିରଣ୍ୟ ମଝି ଏବଂ ଜୟରାମ ଭତରା ନେତୃତ୍ୱରେ ଏହି ସମାବେଶ ହୋଇଥିଲା |ଏହି ସମ୍ମିଳନୀ ରେ କୋରାପୁଟ ଜିଲ୍ଲା , କଳାହାଣ୍ଡି ଜିଲ୍ଲା , ନବରଙ୍ଗପୁର ଜିଲ୍ଲା ପଡସି ଛତିଶଗଡ ରାଜ୍ୟର ବସ୍ତର ଏବଂ କୋଣ୍ଡାଗା ଜିଲାରୁ ପ୍ରାୟ 10 ହଜାର ପଣ୍ଡୁ ବଂଶୀୟ ଭତରା ସମାଜ ର ସଦସ୍ୟ ଉପସ୍ଥିତ ଥିଲେ |ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ | ସଂମ୍ମାନୀୟ ଅତିଥିଭାବେ ହିରଣ୍ୟ ମଝି , ଜଗଦିଶ ଚନ୍ଦ୍ର ନାୟକ , ସୁନା ମଝି , ଦୟାସିଙ୍ଗ ଭତରା , ଜୟରାମ ଭତରା , ସ୍ୱାମ ସୁନ୍ଦର ନେତାମ ଏବଂ ଲୋଚିମଧର ନେତାମ ଯୋଗ ଦେଇଥିଲେ | ଏହି ସମ୍ମିଳନୀ ର ମୁଖ୍ୟ ଉଦେଶ୍ୟ ପଣ୍ଡୁ ବଂଶୀୟ ମୂଳନୀବାସୀ ଯଥା ଅନନ୍ତ ପୁରିଆ , କିରମାରିଆ , ବିଞ୍ଜିଲିଆ ଏବଂ କୋଟଳା ପାରିଆ ଙ୍କ ମଧ୍ୟରେ ସମ୍ମୋନୟ ରକ୍ଷା କରିବା ସହ ନିଜ ନିଜର ସଂସ୍କୃତି ଏବଂ ପରମ୍ପରା କୁ ବଞ୍ଚାଇ ରଖିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ ରଖି ଥିଲେ | ଆଗାମୀ ଦିନରେ ଏହାକୁ ତ୍ୱରାନ୍ୱିତ କରି କମିଟି ଗଠନ କରାଯିବ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ ବୋଲି ମୁଖ୍ୟ ଅଥିତି କହିଥିଲେ | ଏହି ଅବସରରେ ଦୟାସିଙ୍ଗ ଭତରା ମଞ୍ଚ ପରିଚାଳନା କରିଥିଲେ |

