ନବରଙ୍ଗପୁର,ତା. ୦୨.୦୩.୨୦୨୬:(ଉତ୍କଳ ସମାଚାର) ସୁଭଦ୍ରା ଶକ୍ତି ମେଳା ଅବସରରେ ମହିଳା ଓ ଶିଶୁ ସମ୍ପର୍କିତ ବିଭିନ୍ନ ଆଇନ, ଅଧିକାର ଓ ସରକାରୀ ସୁବିଧା ବିଷୟରେ ଜିଲ୍ଲାସ୍ତରୀୟ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ (DSWO) ମହୋଦୟା କାର୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ତାଙ୍କ ଅଭିଭାଷଣରେ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ ମହୋଦୟା ଘରୋଇ ହିଂସା (ମାନସିକ, ଶାରୀରିକ, ଆର୍ଥିକ, ଯୌନ) ରୁ ସୁରକ୍ଷା ପାଇଁ ଏହି ଆଇନ। ଯୌତୁକ ନିଷେଧ ଅଧିନିୟମ, ୧୯୬୧ , କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ (ନିରୋଧ, ପ୍ରତିଷେଧ ଓ ପ୍ରତିକାର) ଅଧିନିୟମ, ୨୦୧୩ , ମାତୃତ୍ୱ ଲାଭ ଅଧିନିୟମ, ୧୯୬୧ ,ଓଡିଶା ଡାହାଣୀ ଅଭିଯୋଗ ଓ ନିର୍ଯାତନା ନିବାରଣ ଅଧିନିୟମ, ୨୦୧୩ ,ଶିଶୁ ବିବାହ ନିଷେଧ ଅଧିନିୟମ, ୨୦୦୬,ଅନୈତିକ ମାନବ ବ୍ୟବସାୟ (ନିରୋଧ) ଆଇନ, ୧୯୫୬, Juvenile Justice (Care and Protection of Children) Act, 2015, Right of Children to Free and Compulsory Education Act, 2009 – ଶିଶୁମାନଙ୍କର ନିଶୁଳ୍କ ଓ ଅନିବାର୍ୟ ଶିକ୍ଷା ଅଧିକାର ଅଧିନିୟମ, 2009 (RTE Act)-ଶିଶୁ ଶ୍ରମିକଙ୍କ ପାଇଁ ଆଇନ , ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ, 2012 Protection of Children from Sexual Offences Act, 2012 (POCSO Act),Pre-Conception and Pre-Natal Diagnostic Techniques (Prohibition of Sex Selection) Act, 1994 -ଗର୍ଭାଧାନ ପୂର୍ବ ଓ ଗର୍ଭାବସ୍ଥା ପୂର୍ବ ନିଦାନ ପ୍ରଣାଳୀ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ, 1994 (PCPNDT Act) ସହିତ ଅନ୍ୟାନ୍ୟ ମହିଳା ଓ ଶିଶୁ ସମ୍ପର୍କିତ ଆଇନ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଏହି ସମସ୍ତ ଆଇନ ମହିଳା ଓ ଶିଶୁଙ୍କ ଅଧିକାର ସୁରକ୍ଷା, ସମ୍ମାନ ଓ ସମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ମୂଲ୍ୟବାନ ଭୂମିକା ନିଭାଉଛି।ଓନ୍ ଷ୍ଟପ୍ ସେଣ୍ଟର (OSC)ର ପ୍ରଶାସକା ଅଧୀନରେ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, OSC ମାଧ୍ୟମରେ ନିର୍ଯାତିତ ମହିଳାମାନେ ଆଶ୍ରୟ, ଆଇନୀ ସହାୟତା, ମାନସିକ ପରାମର୍ଶ, ଚିକିତ୍ସା ସହାୟତା ଓ ପୁଲିସ ସହଯୋଗ ଏକେ ସ୍ଥାନରେ ପାଇପାରୁଛନ୍ତି।ଅଗାନ୍ ଟ୍ରଷ୍ଟର ସମନ୍ୱୟକାରୀ ଶିଶୁଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ମତ ପ୍ରକାଶ କରିଥିଲେ। ହବ୍ ଫର୍ ଉମେନ୍ ଏମ୍ପାୱରମେଣ୍ଟର ହବ୍ କର୍ମଚାରୀମାନେ ମହିଳାଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସଶକ୍ତିକରଣ, ସ୍ୱାବଳମ୍ବନ ଓ ଶିକ୍ଷାର ଗୁରୁତ୍ୱ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।ମିଶନ ଶକ୍ତିର DPC ଙ୍କ ପରିଚାଳନା ଓ ନିୟନ୍ତ୍ରଣରେ ସମଗ୍ର କାର୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଚନ୍ଦାହାଣ୍ଡି, କୋଷାଗୁମୁଡା, ଝରିଗାଓଁ ,ଉମେରକୋଟ ଓ ପାପଡାହାଣ୍ଡି ବ୍ଲକର ସିଡପଓ , ସୁପରଭାଇଜର, MBK ଓ SHG ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶଗ୍ରହୀ ମହିଳା ଓ ଶିଶୁ ସୁରକ୍ଷା ବିଷୟରେ ସଚେତନତା ବଢ଼ାଇବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।କାର୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା।

