ରାଉରକେଲା ୨୬/୧୦,(ଉତ୍କଳ ସମାଚାର)ରବିବାର ସନ୍ଧ୍ୟାରେ ରାଉରକେଲା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ମିଡ୍ ଟାଉନ ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଦିଲ୍ଲୀପ ସିଂଙ୍କ ଅଧକ୍ଷତାରେ ରାଉରକେଲା ସହରର ହରିୟାଣା ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ। ସାମୂହିକ ବନ୍ଦେ ମାତରଂ ଗାନ ପରେ ବୈଠକ ପ୍ରାରମ୍ଭ ହୋଇଥିଲା । ମଣ୍ଡଳ ସଭାପତି ତାଙ୍କ ସ୍ଵାଗତ ଭାଷଣରେ ବୈଠକର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ସଂଗଠନକୁ ସକ୍ରିୟ , ସୃଦୃଢ଼ ଓ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମଂଚାସୀନ ରାଜ୍ୟ ମୁଖପାତ୍ର ତଥା ମୁଖ୍ୟ ବକ୍ତା ଧିରେନ ସେନାପତି, ଜିଲ୍ଲା ଉପସଭାପତି ତଥା ମଣ୍ଡଳ ପ୍ରଭାରୀ ପଦ୍ମିନୀ ଦାଶ, ରାଜ୍ୟ ଅଳ୍ପସଂଖ୍ୟକ ସଭାପତି ଗୁରବିନ୍ଦର ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ରଂଜିତ ନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ, ପୂବତନ ନଗରପାଳ କାଳନ୍ଦୀ ବଡ଼ଜେନା, ପୂର୍ବତନ ମଣ୍ଡଳ ସଭାପତି କେଦାର ମହାନ୍ତି, ରାଉରକେଲା ବିଧାନସଭା କ୍ଷେତ୍ରର ଆଇଟ୍ଟୀ ସେଲ ସଂଯୋଜକ ବିରେନ ପତି, ମଣ୍ଡଳ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ରାୟ, ରାଉରକେଲା ବିଧାନସଭା କ୍ଷେତ୍ର ଆଇ ଟି ସେଲ ସଂଯୋଜକ ରିସୁ ଗୁପ୍ତା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କିଶୋର ମହାନ୍ତି, ପୂର୍ବତନ ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ମାହେଶ୍ୱରୀ ପ୍ରମୁଖ ମଞ୍ଚାସୀନ ନେତୃବୃନ୍ଦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସହିତ ସଂଗଠନକୁ ସୁଦୃଢ଼ ଓ ସକ୍ରିୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ବିଜେପି ସରକାର ଗଠନ ହେଲେ ରାଉରକେଲା ମହାନଗର ନିଗମର ବହୁବର୍ଷ ଧରି ସ୍ଥଗିତ ଥିବା ନିର୍ବାଚନକୁ ଶୀଘ୍ର କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାର ଘୋଷଣା ହୋଇଥିବାରୁ ଏହି ବୈଠକରେ ରାଜ୍ୟ ସରକାର ଓ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି ବୈଠକର ମଞ୍ଚ ପରିଚାଳନା କରିଥିଲେ ମଣ୍ଡଳ ସାଧାରଣ ସମ୍ପାଦକ ଅଭୟ ବେହେରା । ଏହି ବୈଠକରେ ଆଫେଖିତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

