ରାଉରକେଲା ୨୬/୧୦,(ଉତ୍କଳ ସମାଚାର)ସିଭିଲ୍ ଟାଉନସିପ୍ ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟ ମା ଇନ୍ଦିରା ମହିଳା ସମିତି ପକ୍ଷରୁ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ମା’ ବୃନ୍ଦାବତୀଙ୍କ ସାମ୍ନାରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପାଳନ କରି ପ୍ରଥମେ କୁମାରୀ କନ୍ୟାମାନେ ତୁଳସୀ ଚଉଁରାକୁ ପୂଜାକରି ଚାନ୍ଦ (ଚନ୍ଦ୍ର)ଙ୍କୁ ବନ୍ଦାପନା କରିଥିଲେ। କୁମାର ପୂର୍ଣ୍ଣିମାର ପାରମ୍ପରିକ ଗୀତ “ଫୁଲ ବଉଳ ବେଣୀ” ଗୀତ ଗାଇ ଝିଅମାନେ ନୃତ୍ୟ କରିଥିଲେ। ଏହି ନୃତ୍ୟଗୀତ ଅବସରରେ ସିଭିଲ୍ ଟାଉନସିପ୍ ଅଞ୍ଚଳର କେତେକ ଭଦ୍ରବ୍ୟକ୍ତି ଆମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀଧର ମଲ୍ଲିକ, ବିଶୁ ସାହୁ, ବିବେକ, ରଞ୍ଜିତ ପ୍ରମୁଖ ଉପସ୍ଥିତ ଥିଲେ।କୁମାର ପୂର୍ଣ୍ଣିମାର ମ୍ୟୁଜିକ୍ ପରିବେଷଣରେ ନନ୍ଦନ, ଶ୍ରୀକାନ୍ତ ପ୍ରମୁଖ ଯୋଗଦେଇ ମ୍ୟୁଜିକ ପରିବେଷଣ କରିଥିଲେ। ତାପରେ ସମସ୍ତ ଅତିଥିମାନଙ୍କୁ ଚାନ୍ଦ ଚକଟା (ତାଲଗଜା, ପାଚିଲା କଦଳୀ, ଆଖୁ ପ୍ରଭୃତିର ମିଶ୍ରଣ), ପିଠା ଓ ଖିରୀ ବଣ୍ଟନ କରାଯାଇଥିଲା।କୁମାର ପୂର୍ଣ୍ଣିମା ଉତ୍ସବକୁ ପରିଚାଳନା କରିଥିଲେ ମା ଇନ୍ଦିରା ମହିଳା ସମିତିର ସଭାନେତ୍ରୀ ପୁଷ୍ପା ଲେଙ୍କା ଏବଂ ତାଙ୍କୁ ସହଯୋଗ କରିଥିଲେ ସମିତିର ସକ୍ରୀୟ ସଦସ୍ଯା ସଞ୍ଜୁଲତା, ସମ୍ପାଦିକା ଓ୍ବାଇ ହେମଲତାଙ୍କ, ଉପସଭାନେତ୍ରୀ ଡିମ୍ପଲ ସାହୁଙ୍କ ସମେତ ସୁଜାତା ପ୍ରଧାନ, ସମ୍ପା ଜେନା, ସସ୍ମିତା, କ୍ରୀଷ୍ଣା, ଶୋଭା, ଝୁଲଣା, ରଞ୍ଜୁ ପ୍ରମୁଖ ସଦସ୍ୟମାନେ।

