ରାଉରକେଲା ୨୬/୧୦,(ଉତ୍କଳ ସମାଚାର)ରାଜସ୍ଥାନ ପରିଷଦ ପକ୍ଷରୁ ଅମର ଭବନ ପରିସରରେ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ରବିବାର ରାତି ୯ଟା ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ସହିତ ଗଣେଶ ବନ୍ଦନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ପରିଷଦର ପୃଷ୍ଠପୋଷକ ଗୋପାଳ ବାଗାଡିଆ, ସଭାପତି ଜଗଦୀଶ ହରିତ, ଉପାଧ୍ୟକ୍ଷ ବିନୋଦ ନରେଡି, ସମ୍ପାଦକ ମନୀଷ ଟୋଡି, ଯୁଗ୍ମ ସମ୍ପାଦକ ବିନୟ ଶର୍ମା, କୋଷାଧ୍ୟକ୍ଷ ନଟବର ବାଗାଡିଆ, ସଂସ୍କୃତି କମିଟି ସଂଯୋଜକ କିଶନ ଅଗ୍ରୱାଲ, ମହିଳା ମଣ୍ଡଳ ସଂଯୋଜକ ହେମା ଶର୍ମା, ପୂର୍ବତନ ସଭାପତି ସନ୍ତୋଷ ପାରିଖ, ବଦ୍ରିନାରାୟଣ ମାହେଶ୍ୱରୀ, ଶୈଳେନ୍ଦ୍ର ମାରୋଥିଆ, ସନ୍ତୋଷ ଅଗ୍ରୱାଲ, ଯୁଗଳ ମାରୋଥିଆଙ୍କ ସମେତ ବରିଷ୍ଠ ସଦସ୍ୟ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଶରତ ପୂର୍ଣ୍ଣିମାରେ ମହିଳାମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପ୍ରତିଯୋଗିତା, ଅନ୍ତାକ୍ଷରୀ, ଗ୍ରାଣ୍ଡ ହୋଜି ସହିତ ପୁରୁଷମାନଙ୍କ ପାଇଁ ମଧ୍ଯ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଜୟୀ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଖିରୀ ପ୍ରସାଦ ଏବଂ ସ୍ଵଳ୍ପ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ରାଜସ୍ଥାନ ପରିଷଦର ସଦସ୍ୟମାନେ ସେମାନଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

