ସମ୍ବଲପୁର,୦୩/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ଧନକଉଡା ସ୍ଥିତ ରତ୍ନାକର ବେହେରା ଯୁବକ ସଂଘ ଓ ଜନ ଆରୋଗ୍ଯ ସମିତି (ୟୁ ପି ଏସ ସି ) ଧନକଉଡା ମିଳିତ ଉଦମ୍ଯରେ ଏକ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଧନକଉଡା ସରକାରୀ ଡାକ୍ତରଖାନ (ୟୁ ପି ଏସ ସି)ରେ ସଫଳତା ସହ ସମ୍ପନ୍ନ ହୋଇଯାଇଛି । ଭୀମସାର ବୁର୍ଲା ର ନିର୍ଦେଶକ ପ୍ରଫେସର ଡା. ଲାଲମୋହନ ନାୟକଙ୍କ ଦ୍ଵାରା ଉଦ୍ଘାଟିତ ଏହି ଶିବିରରେ ମୋଟ ୫୧୯ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାବେଳେ ୮୩ ଜଣ ମହିଳା ଓ ପୁରୁଷ ରକ୍ତଦାନ କରିଥିଲେ । ଏଥିରେ ରୋଗୀମାନଙ୍କର ରକ୍ତ ପରୀକ୍ଷା, ରକ୍ତ ଚାପ ପରୀକ୍ଷା ଓ ମାପ ବ୍ୟବସ୍ଥା ସହ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ରତ୍ନାକର ବେହେରା ଯୁବକ ସଂଘର କର୍ମକର୍ତ୍ତା ଓ ସଭ୍ଯ ମାନଙ୍କ ସଂଯୋଜନାରେ ଅନୁଷ୍ଠିଥ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଭୀମସାର ବୁର୍ଲାର ବହୁ ଅବିଜ୍ଞ୍ୟ ଚିକିତ୍ସକ ଯଥା ପ୍ରଫେସର ଡ଼ା ଲାଲମୋହନ ନାୟକ (ସ୍ତ୍ରୀ ଓ ପ୍ରସୂତି ବିଭାଗ), ସହକାରୀ ପ୍ରଫେସର ଡ଼ା ପଲ୍ଲବୀ ଠାକୁର (ସ୍ତ୍ରୀ ଓ ପ୍ରସୂତି ବିଭାଗ), ସହ ପ୍ରଫେସର ଡ଼ା ଅରବିନ୍ଦୋ ବେହେରା (ଯକ୍ଷ୍ମା ଓ ଛାତି ବିଭାଗ), ପ୍ରଫେସର ଡ଼ା ଅଶୋକ କୁମାର ପାଣିଗ୍ରାହୀ (ମେଡିସିନ ବିଭାଗ ), ସହ ପ୍ରଫେସର ଡ଼ା ମନୋରଞ୍ଜନ ନାୟକ (ମେଡିସିନ ବିଭାଗ),ଡ଼ା ଅରୁଣ ଦାଶ (ମେଡିସିନ ବିଭାଗ), ସହ ପ୍ରଫେସର ଡ଼ା ପ୍ରମୋଦ କୁମାର ଶର୍ମା (ଚକ୍ଷୁ ବିଭାଗ), ସହ ପ୍ରଫେସର ଡ଼ା. ବିଶ୍ଵରଞ୍ଜନ ରାଉତରାୟ (କ୍ଯାନ୍ସର ବିଭାଗ), ଡ଼ା କେ. କେ. ଗୁପ୍ତା (ଶିଶୁ ରୋଗ ବିଶେଷଜ୍ଞ) ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ, ପ୍ରଫେସର ଡ଼ା ସତ୍ୟଜିତ ମିଶ୍ର (କର୍ଣ୍ଣ ନାସା ଓ ଗଳା),ସହ ପ୍ରଫେସର ଡ଼ା ଏସ. କେ. ପାଟଜୋଶୀ (ଚର୍ମ ଓ ଯୌନ ବିଭାଗ), ସହାୟକ ପ୍ରଫେସର ଡ଼ା ଚୌବର୍ଗ ନାଏକ (ଦନ୍ତ ରୋଗ ବିଶେଷଜ୍ଞ), ଡ଼ା ଅଭିଷେକ ଆଚାର୍ଯ୍ୟ (ଦନ୍ତ ରୋଗ ବିଶେଷଜ୍ଞ), ଡ଼ା ଜ୍ୟୋତିର୍ମୟୀ ସାହୁ (ଆୟୁର୍ବେଦିକ ବିଭାଗ), ଡ଼ା ଲକ୍ଷ୍ମୀକାନ୍ତ ବେହେରା (ଆୟୁର୍ବେଦିକ ବିଭାଗ) ପ୍ରମୁଖ ଅଂଶ ଗ୍ରହଣ କରି ରୋଗୀ ମାନଙ୍କ ପରୀକ୍ଷା ଓ ଚିକିତ୍ସା ସହ ସେମାଙ୍କୁ ଅବଶ୍ୟାକ ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ଭୀମସାର ବୁର୍ଲା ରକ୍ତ ଭଣ୍ଡାରର କର୍ମକର୍ତ୍ତା ମାନଙ୍କ ଦ୍ଵାରା ରକ୍ତଦାନ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳିତ ହୋଇଥିଲା । ଧନକଉଡା ସରକାରୀ ଡାକ୍ତରଖାନାର ଡାକ୍ତର ଓ କର୍ମକର୍ତ୍ତା ମାନେ ଏହାର ସଫଲତାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିଲେ I ରତ୍ନାକର ବେହେରା ଯୁବକ ସଂଘ ର ଡ଼ା ବିଶ୍ଵଜିତ ପଣ୍ଡା (ସଭାପତି ) ହିରାଲାଲ ବେହେରା (ସମ୍ପାଦକ), ରାଧେଶ୍ୟାମ ପ୍ରଧାନ,ସନନ୍ଦ ସାହୁ, ଅଖଣ୍ଡଳ ପଣ୍ଡା,ମହେଶ ବଗର୍ତ୍ତୀ, ପର୍ଶୁରାମ ପଣ୍ଡା, ଅଙ୍ଗଦ ସ୍ଵାଇଁ, ଯୋଗାନନ୍ଦ ପଣ୍ଡା ଲକ୍ଷ୍ମୀକାନ୍ତ ସାହୁ, ବରିଷ୍ଟ ସାମ୍ବାଦିକ ତଥା ସମାଜସେବୀ କିଶୋର ସାହୁ, ସମାଜସେବୀ ଅରୁଣ ରୟ, ମୋତିଲାଲ ବେହେରା, ଝସକେତନ ସାହୁ, ପ୍ରେମାନନ୍ଦ ଦାଶ, ବିଶ୍ବପତି ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିର କୁ ସଫଳ କରିଥିଲେ I ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ମଧ୍ୟ ଏହି ଶିବିର କୁ ସଫଳ ପରିଚାଳନାରେ ସହଯୋଗ କରିଥିଲେ I

