ସମ୍ବଲପୁର,୦୩/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବୁଢ଼ାରଜା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଫଣିନ୍ଦ୍ର ପ୍ରଧାନଙ୍କ ମାତା ଜୟକୁମାରୀ (୮୯) ଙ୍କ ସୋମବାର ପୂର୍ବାହ୍ନରେ ପରଲୋକ ଘଟିଛି। ଜଣେ ଧର୍ମପରାୟଣା, ପରୋପକାରୀ ଓ ମିଷ୍ଟଭାଷୀ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସହରରେ ଶୋକର ଛାୟା ଖେଳିଯାଇଛି I ସେ ନିଜ ପଛରେ ଦୁଇ ପୁଅ ଯଜ୍ଞନାରାୟଣ ଓ ଫଣିନ୍ଦ୍ର ଏବଂ ଦୁଇ ଝିଅ ତପସ୍ବିନୀ ଓ ଝରଣା ଙ୍କୁ ଛାଡି ଯାଇଛନ୍ତି। ତାଙ୍କ ସ୍ୱାମୀ ଗୋକୁଳାଙ୍କର ପୂର୍ବରୁ ପରଲୋକ ହୋଇସାରିଛି। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ବଲପୁର ପ୍ରେସକ୍ଲବର ସଦସ୍ୟ ଏବଂ ଓଜେୟୁ ସମ୍ବଲପୁର ଶାଖାର କର୍ମକର୍ତ୍ତାମାନେ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ରାଜଘାଟଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ଯଜ୍ଞନାରାୟଣ ମୁଖାଗ୍ନି ଦେଇଥିଲେ।

