ସମ୍ବଲପୁର,୦୩/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ପଶ୍ଚିମ ଓଡ଼ିଶାର ଗାନ୍ଧୀ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବୀଣ ସାମ୍ବାଦିକ ନୃସିଂହ ଚରଣ ଗୁରୁଙ୍କ ୧୨୫ ତମ ଜୟନ୍ତୀ ସ୍ଥାନୀୟ ଭାଲୁବାହାଲ ଏକIମ୍ବ୍ର ବିହାର ସ୍ଥିତ ନୀଳଚକ୍ର କାର୍ଯ୍ୟାଳୟ ପରିସରରେ “ନୀଳଚକ୍ର” ର ସଭାପତି ବିଶିଷ୍ଟ ସମାଜସେବୀ ତଥା ପ୍ରକୃତିବନ୍ଧୁ, କଳରତ୍ନ ଡ଼କ୍ଟର ବଂଶୀଧର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଶାସକ ସୀତାଂଶୁ ଭୂଷଣ ତ୍ରିପାଠୀ, ବିଶିଷ୍ଟ ଅତିଥି ଭାବେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ର ପ୍ରାକ୍ତନ କୁଳ ସଚିବ ପ୍ରଫେସର ଡ଼: ଜୟନ୍ତ କରଶର୍ମା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଡାକ୍ତର ବିନୋଦ ବିହାରୀ ନାଏକ, ସମ୍ମାନିତ ବକ୍ତା ବରିଷ୍ଠ ଶିକ୍ଷାବିତ ରବିନାରାୟଣ ପଣ୍ଡା, ଶିକ୍ଷାବିତ ପ୍ରେମାନନ୍ଦ ଖମାରୀ, ଶାସନ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ପ୍ରବିର କିଶୋର ତ୍ରିପାଠୀ, ସହକାରୀ ସବଇନ୍ସପେକଟର ଗଙ୍ଗାଧର ସାହୁ, ସହକାରୀ ସବଇନ୍ସପେକଟର ବସନ୍ତ କୁମାର ସାହୁ, ଶିକ୍ଷାବିତ ତଥା ପ୍ରକୃତିବନ୍ଧୁ କ୍ଷୀରୋଦ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନIଦର୍ଶନ ଉପରେ ନିଜନିଜ ମତବ୍ୟକ୍ତ କରିବା ସହିତ ନୃସିଂହ ଚରଣ ଗୁରୁଙ୍କ ତ୍ୟାଗପୂତ ଜୀବନ, ସ୍ୱାଧୀନତା ସଂଗ୍ରାମର ଭୂମିକା, ଛାତ୍ରାବସ୍ଥାରୁ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତରହି ବିଦେଶୀ ଦ୍ରବ୍ୟର ବର୍ଜନ ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ଉପରେ ବ୍ରତିଥିଲେ I ଅତ୍ୟନ୍ତ ଶାନ୍ତ, ସରଳ, ଭଦ୍ର ଜୀବନ ଚର୍ଯ୍ୟା, ସାଧାରଣ ଖାଦିବସ୍ତ୍ର ପରିଧାନ କରୁଥିଲେ I ସେଭଳି ଯୋଗଜନ୍ମା ପୁରୁଷଙ୍କୁ ଯେଭଳି ସମ୍ମାନ ମିଳିବାକଥା ତାହା ମିଳିପାରିନାହିଁ I ତାଙ୍କ ବାବଦରେ ଅଧିକରୁ ଅଧିକ ଯୁବପିଢିଙ୍କୁ ଅବଗତ କରିବା ପାଇଁ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମାନଙ୍କରେ ତାଙ୍କର ଜୟନ୍ତୀ ସମାରୋହ ପାଳନ କରାଯିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ କହିଥିଲେ I ନୃସିଂହ ଗୁରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ର6ଜ୍ଵIଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସଭାପତି ଡ଼କ୍ଟର କର ସମ୍ବର୍ଦ୍ଧିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପସଭାପତି ସରୋଜ କୁମାର ସାମନ୍ତରାୟ, ସଚ୍ଚିଦାନନ୍ଦ ପ୍ରଧାନ, ସୁଶୀଲ କୁମାର ବେହେରା, ଟୁନଟୁନ ରତୱା, ଘନଶ୍ୟାମ ରତୱା, ଜୀବର୍ଦ୍ଧନ ରାଉତ, ଗୋପାଳ ରାଉତ, ପଣ୍ଡିତ ଶରତ ଚନ୍ଦ୍ର ରଥ, ତେଜରାଜ ପଣ୍ଡା, କୁଶଧ୍ଵଜ ଦାଶ, ଜୟରାମ ପଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଶେଷରେ ଯୁଗ୍ମ ସମ୍ପାଦକ ପ୍ରକୃତିବନ୍ଧୁ ଇଂ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

