ପାପଡାହାଣ୍ଡି 5.3.2026:(ଉତ୍କଳ ସମାଚାର)ରିଖରେ ହୋଲି ଖେଳି ତୁରୀ ନଦୀରେ ଗାଧୋଇବା ହେଲା କାଳ ପାପଡାହାଣ୍ଡି ବ୍ଲକ ଅଧିନସ୍ତ ଝିଟିକିଗୁଡା ଗ୍ରାମରେ ଗତକାଲି ହୋଲିଖେଳି ସେହି ଗ୍ରାମର ବଇଦୁ ଭତ୍ରା (45)ପିତା ମୃତ ମୁକୁନ୍ଦ ଭତ୍ରା ଦିନ 12ଟା ପରେ ଗାଧୋଇବାକୁ ଯାଇଥିଲା ମାତ୍ର ଫେରି ନଥିଲେ ତେଣୁ ବଇଦୁର ପୁଅ ତୁରୀନଦୀ ହିଡରେ ଚପଲ ଓ ଲୁଙ୍ଗି ଥିବା ଦେଖି ନଦୀରେ ଦେଖିଲା ବେଳେ ନଦୀରେ ବୁଡି ମରିଯାଇଛି. ତେଣୁ ସେତୁମୁର୍ଲ ଫାଣ୍ଡିରେ ଖବର ଦେଇଥିଲେ ଖବର ଶୁଣି ତୁମୁର୍ଲା ଫାଣ୍ଡି ଅଧିକାରୀ ଏ ଏସ ଆଈ. ରାମଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଂଚି ଶବ ଵେବଚ୍ଛେଦ ପାଇଁ ପଠାଇ ଥିଲେ କେଶ ନମ୍ବର 1ଅନୁସାରେ ଅନୁସନ୍ଧାନ ଜାରି ରହିଥିବା ଫାଣ୍ଡି ଅଧିକାରୀ କହିଛନ୍ତି. ଶବ ଵେବଚ୍ଛେଦ ପରେ ଭାଇ ଦୀନବନ୍ଧୁ ଭତ୍ରା କୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରକାଶ କରିଛନ୍ତି

