ରାଉରକେଲା,୫/୩,(ଉତ୍କଳ ସମାଚାର):ଆଜି ତା ୦୫/୦୩/୨୬ ରିଖରେ,ଓଡିଶାର ବରପୁତ୍ର,ପ୍ରବାଦ ପୁରୁଷ,ସ୍ଵାଧୀନତା ସଂଗ୍ରାମୀ
ବିଜୁବାବୁଙ୍କର, ରାଉରକେଲା ବିଜୁ ଜନତା ଦଳ ତରଫରୁ ୧୧୦ତମ ଜୟନ୍ତୀ ପାଳନ କରାଯାଇଅଛି ।
ରାଜ୍ୟ ବିଜେଡ଼ି ସଭାପତି ନବୀନ ବାବୁଙ୍କ ଡାକରାରେ ଭୁବନେଶ୍ବର ଯାଇଥିବା,ରାଉରକେଲାର ମାନ୍ୟବର ବିଧାୟକ
ସାରଦା ପ୍ରସାଦ ନାୟକଙ୍କ ନିର୍ଦେଶ ଅନୁଯାଇ,ପ୍ରତିବର୍ଷ ପରି ଚଳିତବର୍ଷ,ଛେଣ୍ଡ କଲୋନୀ କଳିଙ୍ଗବିହାର ସ୍ଥିତ
ବିଜୁବାବୁଙ୍କ ପ୍ରତିମୂର୍ତି ନିକଟରେ ଦଳର ବରିଷ୍ଠ,ମହିଳା,ଯୁବଓ ଛାତ୍ର ନେତା ତଥା କର୍ମୀ ମାନଙ୍କ ଦ୍ଵାରା ବିଜୁ
ଜୟନ୍ତୀ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଛେଣ୍ଡ କଲୋନୀର ବରିଷ୍ଠ ବିଜେଡ଼ି ନେତା କାଶୀନାଥ
ଲେଙ୍କାଙ୍କ ବିଯୋଗ ଯୋଗୁ ,ତାଙ୍କ ପବିତ୍ର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା ।
ନଗର ସଭାପତି ଗଗନ ପଣ୍ଡାଙ୍କ ସଭାପତିତ୍ଵରେ,ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପୂଜା
ଅର୍ଚନା କରାଯାଇ ବିଜୁବାବୁ ଅମର ରହେ ଶ୍ରୋଗାନରେ ସଭାସ୍ଥଳୀ ପ୍ରକମ୍ପିତ ହୋଇଥିଲା । ଉନ୍ନତ ତଥା
ପ୍ରଗତିଶୀଳ ଓଡିଶାର ସ୍ଵପ୍ନ ଦେଖି ତାକୁ ଅନେକାଂଶରେ ସାକାର କରିଥିବା ବିଜୁବାବୁଙ୍କ ଜୀବନୀ ଉପରେ ବରିଷ୍ଠ
ଆଇନିଜୀବୀ,ଜିଲ୍ଲାର ଉପସଭାପତି ସୁଦାମ ଦାଶ ନିଜ ବକ୍ତବ୍ୟରେ ନୂତନ ଓଡିଶା ଗଠନ,ତଥା ଓଡ଼ିଶାକୁ
ବିଶ୍ବଦରବାରରେ ସୁପରିଚିତ କରାଇଥିବା ବ୍ୟକ୍ତି ହେଉଛନ୍ତି ବିଯୁପଟ୍ଟନାୟକ,ବିଶିଷ୍ଠ ସମାଜ ସେବି ଅଭୟ କୁମାର ଦାସ
ନିଜ ବକ୍ତବ୍ୟରେ ସ୍ବାଭିମାନୀ ଓ ଓଡିଆ ପରିଚୟ, ବିକାଶମୂଖୀ ଚିନ୍ତାଧାରା,ଜାତୀୟ ଏକତା ଓ ସେବା ଭାବ
ବିଜୁବାବୁଙ୍କର ମୂଳମନ୍ତ୍ର ଥିଲା । ତାଙ୍କର ଜୀବନ ଓ ଆଦର୍ଶ ଅଜୀବୀ ଓଡିଶା ଓ ଭାରତ ଲୋକଙ୍କୁ ପ୍ରେରଣା
ଦେଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ଭିତରେ ଅକ୍ଷୟ କୁମାର ଦାସ, ରାଜେନ୍ଦ୍ର କୁଜୁର,ଆଲୋକ କୁମାର
ବୋଷ,ଶିବଛ କୁଅଂର, ବରିଷ୍ଠ ଆଇନିଜୀବୀ ସନ୍ତୋଷ ନାୟକ, ନାରିନେତ୍ରୀ ଜୋଷଣା ନାୟକ, ବିଜୁ ମହିଳା
ସମିତିର ସଭାପତି ତାରେଣୀ ଶେଠୀ,ଅଗଣି ଦାସ ପ୍ରମୁଖ ବିଜୁବାବୁଙ୍କ ଜୀବନୀ ତଥା ଓଡିଶା ପ୍ରତି
ଅବଦାନ ବିଷୟରେ ଆଲୋକ ପାତ କରିଥିଲେ । କାର୍ଜ୍ୟକ୍ରମରେ ବିରେନ ସେନାପତି, ଅକ୍ଷୟ ନାୟକ,
କମଳି ସ୍ଵାଇଁ,ଆର କେ ମିଶ୍ର,ବରିଷ୍ଠ ଆଇନିଜୀବୀ ହାଡିବନ୍ଧୁ ପରିଡା,ଗୋବିନ୍ଦ ଚନ୍ଦ୍ର ଅଗ୍ରୱାଲ,ରାଜ୍ୟ ଯୁବ
ସାଧାରଣ ସମ୍ପାଦକ ସୁଶାନ୍ତ ଦାସ,ପିନକୁ ଜୟସ୍ଵଳ,ରଞ୍ଜନ ନାୟକ,ଡି ଅଭୀକ କୁମାର, ସୁଧାଂଶୁ
ସାମଲ,ସୁଶାନ୍ତ ରାଉତ,ସଞ୍ଜିତ ଛୋଟରାୟ,ପ୍ରଣୟ ନାୟକ,ନଳିନ ରାଉତ,ରଞ୍ଜନ ସାମଲ,ତରେନିସେନ
ବାରିକ,ଅମରେଶ ପାନିଗ୍ରାହୀ,ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନେତା ଜୟନ୍ତ କୁମାର

ମିଶ୍ର କାର୍ଜ୍ୟକ୍ରମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ
