ସରୋଜ ନାରାୟଣ ମହାପାତ୍ର ନିର୍ବାଚନ ଅଧିକାରୀ ନିଯୁକ୍ତ
ରାଉରକେଲା ତା ୦୫/୩/୨୦୨୬ : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ( ଓ ଏସ ବି ସି ) ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ଓକିଲ ସଂଘ ର ଆଗାମୀ ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହି ନିର୍ବାଚନ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ ରେ ସଂଘ ର ବରିଷ୍ଠ ସଦସ୍ୟ ଆଇନଜୀବୀ ସରୋଜ ନାରାୟଣ ମହାପାତ୍ର ଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର ଦାୟିତ୍ଵ ଗ୍ରହଣ କଲାପରେ ଓ ଏସ ବି ସି ନୋଟିଫିକେସନ ଅନୁଯାୟୀ ଆଗାମୀ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ମାର୍ଚ୍ଚ ୭ ତାରିଖ ରୁ ମାର୍ଚ୍ଚ ୯ ତାରିଖ ନାମାଙ୍କନ ପତ୍ର ଦାଖଲ,୧୦ ମାର୍ଚ୍ଚ ପ୍ରାର୍ଥୀ ପତ୍ର ପ୍ରକାଶ,୧୧ ମାର୍ଚ୍ଚ ନାମାଙ୍କନ ପତ୍ର ଯାଞ୍ଚ,୧୨ ମାର୍ଚ୍ଚ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ,୧୩ ମାର୍ଚ୍ଚ ନାମାଙ୍କନ ପତ୍ର ପ୍ରତ୍ୟାହାର,୧୪ ମାର୍ଚ୍ଚ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ସହିତ ମାର୍ଚ୍ଚ ୨୮ ତାରିଖ ସକାଳ ୭.୩୦ ମିନିଟ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଓ ଅପରାହ୍ନ ୪ ଟା ପରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇବା ସହିତ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି।

