ରାଉରକେଲା:6//3,(ଉତ୍କଳ ସମାଚାର)ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଝଡ଼ମାଳ ମହାବୀର କ୍ଳବ ପକ୍ଷରୁ ଆୟୋଜିତ ୧୮ତମ ବାର୍ଷିକ ଉତ୍ସବ ଓ ସମ୍ବଦ୍ଧନା ସଭା ମହାସମାରୋହ ରେ ସମ୍ପନ୍ନ ହୋଇଛି l ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଉପେନ୍ଦ୍ର କୁମାର ରାଉଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ସୁସାହିତ୍ୟିକ ଅଭୟ କୁମାର ଦ୍ବିବେଦୀ, ସମ୍ମାନିତ ଅତିଥି ଭାବେ ‘ସୁଧା’ ପତ୍ରିକାର ସମ୍ପାଦକ ତଥା ଜଣାଶୁଣା ସାହିତ୍ୟିକ ହରେକୃଷ୍ଣ ବାରିକ, ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଫକୀର ଚନ୍ଦ୍ର ପ୍ରଧାନ,ଶିକ୍ଷାବିତ ବେଣୁଧର ସାମଲ ଓ ମୁରଲୀଧର ଦାସ ପ୍ରମୁଖ ଯୋଗଦେଇ ଅଞ୍ଚଳର ସାମାଜିକ ଓ଼ ସାଂସ୍କୃତିକ ବିକାଶ ରେ ମହାବୀର କ୍ଲବ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ l ଗ୍ରାମବାସୀଙ୍କ ଭଲପାଇବା ଓ଼ ଆସ୍ଥାକୁ ଆଧାର କରି ଯୁବ କର୍ମକର୍ତ୍ତାମାନେ ଏଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି ଓ଼ ସେମାନେ ପ୍ରଶଂସାର ଯୋଗ୍ୟ ବୋଲି କହିଥିଲେ l ଆଗାମୀ ଦିନରେ କ୍ଲବ ଏହି ସାମାଜିକ ଓ଼ ସାଂସ୍କୃତିକ ଭାବଧାରାକୁ ବଜାୟ ରଖିବ ବୋଲି ଅତିଥିବୃନ୍ଦ ଆଶା ପ୍ରକଟ କରିଥିଲେ l ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସମାଜସେବୀ ତଥା ଶିକ୍ଷାବିତ ଦାମୋଦର ଧଳ ଙ୍କୁ ‘ମହକ’ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜକନିକା ବ୍ଳକର ଯୁବ ସାମ୍ବାଦିକ ଅଜୟ କୁମାର ରାଉତଙ୍କୁ ‘ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସମ୍ପାଦକ ସୁବ୍ରତ କୁମାର ନାୟକଙ୍କ ମଞ୍ଚ ପରି ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ କ୍ରମରେ ଶିକ୍ଷକ ନାରାୟଣ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଦୁଷ୍ମନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଳବର ଅଧ୍ଯକ୍ଷ ଶିଶିର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ବିଶ୍ଵ ଭୂଷଣ ପ୍ରଧାନଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

