ସମ୍ବଲପୁର,୦୭/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମ ଧନକଉଡ଼ା ଖେଳ ପଡିଆ ଠାରେ ଡ଼ିଏକ୍ସ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚତୁର୍ଥ ରଜତ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି I ଟୁର୍ନାମେଣ୍ଟଟିକୁ ରତ୍ନାକର ବେହେରା ଯୁବକ ସଂଘ ର ସମ୍ପାଦକ ତଥା ସମାଜସେବୀ ଶ୍ରୀ ହୀରାଲାଲ ବେହେରା ମୁଖ୍ୟ ଅତିଥି ଓ ସାମ୍ବାଦିକ ସରୋଜ ସାହୁ, ଆଖଣ୍ଡଳ ପଣ୍ଡା, ପର୍ଶୁରାମ ପଣ୍ଡା, ସୁକାନ୍ତ ସାହୁ ଅଙ୍ଗଦ ସ୍ୱାଇଁ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ I ଏହି ଉଦଘାଟନ ଉତ୍ସବରେ କ୍ରିକେଟ କ୍ଲବର ସଭାପତି ଚିନ୍ମୟ ଦାସ, ନୀଳମଣି ସାହୁ, କୁନା ସୁସାରୀ, ଆକାଶ କୁମାର ସାହୁ, ସାଗର ଦାସ, ଗୌତମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ I ଗେମ୍ ଚେଞ୍ଜର ଓ ବ୍ଲେକ ଟାଇଗର କ୍ରିକେଟ ଟିମ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା I ଟୁର୍ନାମେଣ୍ଟ ରେ ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି I ଆସନ୍ତାକାଲି ରବିବାର ଅପରାହ୍ନ ୪ ଟା ସମୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ I ଟୁର୍ନାମେଣ୍ଟରେ ସପନ ଖତ୍ରୀ ଓ ରମେଶ ଚନ୍ଦ୍ର ନାୟକ ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ ସ୍କୋରର ଆରଆର ସ୍ପୋର୍ଟ୍ସ ଦାୟିତ୍ୱ ତୁଲାଇଥିଲେ । ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରୁଛନ୍ତି I

