ପାପଡାହାଣ୍ଡି -7:3:26-(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ପଂଚାୟତ ସମିତି ଆନୁକୂଲ୍ୟରେ ପାପଡାହାଣ୍ଡି ଠାରେ ନିଶା ମୁକ୍ତ ଓଡିଶା, ନିଶା ମୁକ୍ତ ଭାରତ ର ସଂକଳ୍ପ ଅଭିଯାନ ର ଶୁଭାରମ୍ଭ ହୋଇଛି, ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ଠାରୁ ଏକ ବିରାଟ ପଟୁଆର ରେ ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା,ଗୋଷ୍ଟି ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ଜିପିଓ କମଳେନ୍ଦୁ ଦାସ , ବିଏସଏସଓ ସୁବ୍ରତ କିସାନ, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ବିପିସି ଶଶିକାନ୍ତ ଦାସ, ସିଡିପିଓ ପାପଡାହାଣ୍ଡି, ଏମବିକେ କର୍ମୀ, ଗ୍ରାମବାସୀ ପ୍ରମୁଖ ଯୋଗ ଦେଇ ନିଶା ମୁକ୍ତ ଭାରତ ଗଠନ ପାଇଁ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ପାପଡାହାଣ୍ଡି ଗ୍ରାମ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚି ନିଶା ମୁକ୍ତ ଓଡିଶା, ନିଶା ମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ପାଠ କରିଥିଲେ, ନିଶା ଏକ ବିଷ ଏଥି ଯୋଗୁ ପରିବାର ଏବଂ ସମାଜକୁ ମଧ୍ୟ ନଷ୍ଟ କରେ, ସ୍ୱାସ୍ଥ୍ୟହାନି ହୁଏ, ଆର୍ଥିକ ସଙ୍କଟ ସୃଷ୍ଟି ହୁଏ, ସମାଜରେ ଅପରାଧ ବୃଦ୍ଧି ପାଇଥାଏ , ଏଥି ପାଇଁ ସମାଜରେ ଏହାର କୁପରିଣାମ ବିଷୟରେ ଅନ୍ୟମାନଙ୍କୁ ସଚେତନ କରିବା ଏବଂ ନିଶାମୁକ୍ତ ଗାଁ ଓ ନିଶାମୁକ୍ତ ସହର ଗଠନରେ ସହଯୋଗ କରିବା ସହିତ ଦୃଢ ମନୋବଳ ରଖିବା , ଯୋଗ ଓ ପ୍ରାଣାୟାମ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ସଂକଳ୍ପ ପାଠ କରାଯାଇଥିଲା l

