ପାପଡାହାଣ୍ଡି -7:2:25-(ଉତ୍କଳ ସମାଚାର)ପାପଡାହାଣ୍ଡି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପାପଡାହାଣ୍ଡି ଠାରେ ଏଚ ପି ଭି ଟୀକାକରଣର ଉଦଘାଟନ କରିଥିଲେ । ଏହି ଅବସରରେ ସେ ଏହି ଟୀକା କିଭଳି ସମସ୍ତ 14 ରୁ 15 ବର୍ଷର ବାଳିକାମାନଙ୍କୁ ଦିଆଯାଇପାରିବ ସେ ସମ୍ବନ୍ଧରେ ଗୁରୁତ୍ୱ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ କପିଳଦେବ ସାହୁ ଜଣାଇଥିଲେ ଯେ ସରକାର 4000 ଟଙ୍କାର ଟୀକା ବିନାମୂଲ୍ୟରେ ପ୍ରଦାନ କରୁଛନ୍ତି ଯାହାର ସୁଯୋଗ ସମସ୍ତେ ନେବା ଉଚତ । ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡଃ ମନସ୍ମିତା ମହାନ୍ତି ଏଚ ପି ଭି ଟୀକାକରଣ କିପରି ଏଚ ପି ଭି ଭୂତାଣୁ ଜନାତ ଜରାୟୁ ଗ୍ରୀବା କର୍କଟ ରୋଗକୁ ପ୍ରତିରୋଧ କରିପାରି ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ସିଡିପିଓ ସ୍ଵର୍ଣ ପ୍ରଭା ଦାସ , ଏବିଇଓ ବାଳକଦାସ ରନ୍ଧାରୀ , ବିପିଏମ , ଏଲଏଚଭି , ବିଡିଏମ , ଡିଇଓ ପ୍ରମୁଖ ଉପସ୍ଥିତି ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଆଜି ମୋଟ 12 ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା।

