ପାପଡାହାଣ୍ଡି, 7//3,(ଉତ୍କଳ ସମାଚାର) ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ବାରିଗୁଡା କନ୍ଧଗୁଡାରେ ଚାଲିଥିବା ଏକ ବାଲ୍ୟ ବିବାହକୁ ରୋକିଛି ପ୍ରଶାସନ ଉଭୟ ପୁଅ ଏବଂ ଝିଅର ଅଭିଭାବକଙ୍କୁ ଡକାଇ ସଚେତନ କରାଇଥିଲେ | ଝିଅକୁ 18 ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ନ କରିବା ଲାଗି ତାଗିଦ କରିବା ସହ ଏକ ପତ୍ର ରେ ସ୍ଵାକ୍ଷର କରାଇଥିଲେ | ସୂଚନା ପ୍ରକାରେ ବାରିଗୁଡା କନ୍ଧଗୁଡାର ଯୁବକ ସହ ଭାଟିକୋଟ ନୂଆଗୁଡାର ନାବାଳିକା ସହ ଶୁକ୍ରବାର ସନ୍ଧ୍ୟାରେ ବିବାହ ହେବାର ଥିଲା |ଜିଲ୍ଲା ପ୍ରଶାସନର ନିର୍ଦେଶ ପ୍ରକାରେ ପିଇଓ ନରସିଂହ ଭତରା, ସିଡିପିଓ ସ୍ବର୍ଣ୍ଣ ପ୍ରଭା ଦାସ, ସୁପରଭାଇଜର ପରବିନ ବେଗମ , ୱାର୍ଡ ସଭ୍ୟ ଲକ୍ଷ୍ମଣ ସାନ୍ତା ପ୍ରମୁଖ କନ୍ଧଗୁଡାରେ ପହଂଚିଥିଲେ | ଝିଅ ନାବାଳିକା ଥିବାରୁ ବିବାହ କରାଇଲେ ଆଇନରେ ଦଣ୍ଡିତ ହେବା ସହ ଜେଲ ଦଣ୍ଡ ହେବ ବୋଲି କହିଥିଲେ | ଉଭୟ ଅଭିଭାବକଙ୍କର ସ୍ଵାକ୍ଷର ପତ୍ର ନେଇଥିଲେ |

