ରାଉରକେଲା:7//3,(ଉତ୍କଳ ସମାଚାର) ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ଡ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଅଞ୍ଜନ କୁମାର ଦେଓଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପିତାମ୍ବର ଲେଙ୍କାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦିଲ୍ଲିପ କୁମାର ବାସା ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ସଂଜୀବ କୁମାର ମହାନ୍ତି, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ଡ ଅଜିତ କୁମାର ବେହେରା ପ୍ରମୁଖ ଯୋଗଦେଇ ଡ ଆଚାର୍ଯ୍ୟଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ତାଙ୍କ ତ୍ୟାଗପୂତ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସାମାଜିକ କର୍ମୀ ଗଗନ ବିହାରୀ ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନ ପରିଚାଳନା ଦାୟିତ୍ବରେ ଥିବା ହେମନ୍ତା ତାଣ୍ଡିଆ, ମଧୁସୂଦନ ମହାପାତ୍ର, ପ୍ରଭାତ ମହାନ୍ତି, ତ୍ରିଲୋଚନ ପରିଡା, ଜଟାଧାରୀ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରାକ୍ତନ ସରପଞ୍ଚ ଫୁଲେସିଆ ଡୁଙ୍ଗଡୁଙ୍ଗ, ଜ୍ଞାନଜିତ୍ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ଲୀନା ତ୍ରିପାଠୀ ପ୍ରମୁଖ ଡ ଆଚାର୍ଯ୍ୟଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଡ ଆଚାର୍ଯ୍ୟଙ୍କ ନମ୍ରତା, ସରଳତା,ମାନବିକ ଦାୟିତ୍ୱବୋଧ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାନର ଅନ୍ତେବାସୀ ମାନେ ଡ ଆଚାର୍ଯ୍ୟଙ୍କ ଲିଖିତ ସଂଗୀତକୁ ଗାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ବଜିତ ରାଉତ, ବିଣାପାଣି ପଟ୍ଟନାୟକ,ସଂଜୁକ୍ତା ପଟ୍ଟନାୟକ, ବିମ୍ବାଧର ବେହେରା, ଅଭିରାମ ରାଉତରାୟ,ପି ପି ରାଉତରାୟ,କ୍ରୀତିଲତା ନନ୍ଦ, ସସ୍ମିତା ପ୍ରଧାନ,ରଜତ କୁମାର ନାୟକ, ହୃଷିକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଗୀତରେ ଲକ୍ଷ୍ମୀ ମୁର୍ମୁ ତାବଲା ବାଦନରେ ପରମେଶ୍ବର ସାହୁ,କ୍ଷିତିଶ ଲାହେରୀ ପ୍ରମୁଖ ସହଯୋଗ କରିଥିଲାବେଳେ ସଭାପତି ଶ୍ରୀ ଦେଓ ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀ ଲେଙ୍କା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ହେମନ୍ତା ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ।

