ରାଉରକେଲା ୭/୩,(ଉତ୍କଳ ସମାଚାର) ଜିଲ୍ଲା ମହିଳା କଂଗ୍ରେସ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରିଙ୍କ ଇସ୍ତଫା ଦାବି କରି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ସୁମିତା ବିଶ୍ବାଳ ଏବଂ ଶ୍ରୀମତୀ ଦେବସ୍ମୀତା ସାମଲଙ୍କ ସମେତ ରାଉରକେଲା ମହିଳା କଂଗ୍ରେସର ଶ୍ରୀମତୀ ଝରଣା ତ୍ରିପାଠୀ, ରଞ୍ଜିତା ମଲ୍ଲିକ, ସୁନୀତା ଲାକ୍ରା, ତୁଳସୀ ନାଗ, ଫିଲସୀତା ଚେରୁଆ, ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ରାଉରକେଲା ଜିଲ୍ଲା କଂଗ୍ରେସର ସଭାପତି ସବିର ହୁସେନ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ପାଢୀ, ଜ୍ଞାନେନ୍ଦ୍ର ଦାସ, ଜିଲ୍ଲା କଂଗ୍ରେସର ଉପସଭାପତି ଖାଦେଳ ସେଠୀ, ବ୍ରଜେନ୍ଦ୍ର ମହାନ୍ତି, ବିନୋଦ ରାଉତ, ସୁଜନ ସେଠୀ, ଶିବ ସୁନା, ଲକ୍ଷ୍ମୀପ୍ରିୟା ରାଉତ, ବିଜୟ ନାହାକ, ସେନାପତି ପୃଷ୍ଟି, ରାକେଶ ବେଉରିଆ, ସୁନୀଲ ସିଂହ, ଫୁଲ କଂସାରୀ, ଶରତ ପାଢୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

