ରାଉରକେଲା:7//3,(ଉତ୍କଳ ସମାଚାର)ସ୍ଵଚ୍ଛ ସର୍ବେକ୍ଷଣ ପରିପ୍ରେକ୍ଷୀରେ ଆଜି ଆରଏମସି ତରଫରୁ ବେଦବ୍ୟାସ ମେଳା ପଡ଼ିଆ ଠାରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୨୦ରୁ ଅଧିକ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏକାଠି ହୋଇ ମେଳା ପଡ଼ିଆ ସଫେଇ କରିଥିଲେ। ଏହି ସଫେଇରୁ ସଂଗୃହିତ ପ୍ଲାଷ୍ଟିକ୍ ଓ ପଲିଥିନ ଗୁଡିକୁ ପ୍ରକ୍ରିୟାକରଣ ପାଇଁ ବସ୍ତୁ ପୁନଃଲାଭ କେନ୍ଦ୍ରକୁ ପଠାଯିବ। ସ୍ଵଚ୍ଛତା ଏକ ସାମୂହିକ ଦାୟିତ୍ଵ ହୋଇଥିବା ବେଳେ ଆମ ସହରକୁ ସ୍ଵଚ୍ଛ ରଖିବା ପାଇଁ ସମସ୍ତେ ହାତ ବଢ଼ାଇବାକୁ ଉପସ୍ଥିତ ଅଧିକାରୀମାନେ ମତ ଦେଇଥିଲେ।

