ସମ୍ବଲପୁର,୦୮/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ମହୁକୁଦ ଗ୍ରାମ ସ୍ଥିତ ଗ୍ରାମ ମଙ୍ଗଳ ମହିଳା କମିଟି ଆନୁକୁଲ୍ୟ ରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । କମିଟି ର ସମ୍ପାଦିକା ପ୍ରତିମା ରାଉଳ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଚେତନତା ସଭା ରେ ମହିଳା ମାନଙ୍କ ର ଅଧିକାର ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ନର୍ମଦା ଧଳ, ଇନ୍ଦିରା ସାହୁ, ମଞ୍ଜୁ ଦେହୁରୀ ଓ ସରୋଜିନୀ ଙ୍କ ନେତୃତ୍ବ ରେ ଗ୍ରାମର ମହିଳା ମାନେ ଏକ ସଚେତନତା ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଏହିଅବସର ରେ ପଥପ୍ରାନ୍ତ ନାଟକ ଏବଂ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ମହିଳା ସମାବେଶ ରେ ମହକୁଦ ଗ୍ରାମର ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ର ସଦସ୍ୟା ବୃନ୍ଦ ଭାଗ ନେଇ ସାହାଯ୍ୟ ସହଯୋଗ କରିଥିଲେ । ମହିଳା କମିଟି ର ସଭାନେତ୍ରୀ ଶୁନ୍ୟବାସୀ ନାୟକ ଓ ସଂଗଠିକା ସୌଦାମିନୀ ସାହୁ ଙ୍କ ସଂଯୋଜନା କ୍ରମେ ଏହି ମହିଳା ସମାରୋହ ଅନୁଷ୍ଠିତ ହୋଇଥିଲା ।

