ସମ୍ବଲପୁର,୦୮/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥିତ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଜୁପଟ୍ଟନାୟକ ପ୍ରେକ୍ଷାଳୟରେ ସପ୍ତ ଦିବସାତ୍ମକ ଜାତୀୟ ସଂଘତି ଶିବିର ଅନୁଷ୍ଠିତ ହୋଇଯାଇ ଅଛି I ଉଦଘାଟନ ସମାରୋହଟି ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ, କୁଳପତି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଙ୍କ ଦ୍ଵାରା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୩ ଟି ରାଜ୍ୟରୁ ୨୨୦ ସ୍ବେଚ୍ଛାସେବୀ ଯୋଗଦାନ କରିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ତୁଷାର କାନ୍ତି ଦାସ, ଅଧ୍ୟକ୍ଷ ପିଜି କାଉନସିଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଡ଼ ରମେଶ ଚନ୍ଦ୍ର ବେହେରା, ଏସ ଏନ୍ ଓ, ତଥା ଉପ ସଚିବ ଉଚ୍ଚ ଶିକ୍ଷା ବିଭାଗ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼ ବିରେନ୍ଦ୍ର ବେହେରା, ଏନ୍ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସଂଯୋଜନା କରିଥିଲେ I ଶିବିରଟିରେ ବିହାର, ହରିୟାଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଆସାମ, ଝାରଖଣ୍ଡ, ଗୁଜୁରାଟ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, କର୍ଣ୍ଣାଟକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର ଓଡିଶା ର ସ୍ଵେଛାସେବୀ ଓ କାର୍ଯକ୍ରମ ଅଧିକାରୀ ଯୋଗ ଦେଇଥିଲେ | ଶିବିରଟିର ମୁଖ୍ୟ ଉଦ୍ୟେଶ ଯୁବମାନଙ୍କ ମଧ୍ୟରେ ଏକତା ଓ ପାରସ୍ପରିକ ବୁଝାମଣା ବୃଦ୍ଧି କରିବା, ବିବିଧତା ମଧ୍ୟରେ ଏକତା ଉପରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ I

