ପାପଡାହାଣ୍ଡି, 8:3:26-(ଉତ୍କଳ ସମାଚାର) ଆଜି ପାପଡାହାଣ୍ଡି ଭିମା ସାହି ରେ ଘର ନିକଟରୁ ଆଜି ଏକ ବିରାଟ ସାପ ଉଦ୍ଧାର କରାଯାଇଛି | ଏହି ସାପଟି ଚମ୍ପା ନାଗ ପ୍ରଜାତିର ବୋଲି ଜଣାପଡିଛି | ଉଦ୍ଧାର ପରେ ନାଗ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି | ସୂଚନା ପ୍ରକାରେ ଭିମା ସାହିର ଶିବ ରାଓଙ୍କ ଘର ପରିସରରେ ଏହି ସାପ ଟିକୁ ଦେଖିବାକୁ ମିଳିଥିଲା | ଶୌଚାଳୟ ନିକଟରେ ରହିଥିବା ସମୟରେ ପରିବାର ଲୋକ ଏହାକୁ ଦେଖିଥିଲେ | ତୁରନ୍ତ ନିକଟସ୍ଥ ଦଳେଇଗୁଡା ଗ୍ରାମର ସାପ ଧରାଳି ଭଗବାନ ଦିଶାରୀଙ୍କୁ ଖବର ଦେଇଥିଲେ | ସେ ତୁରନ୍ତ ଆସି ସାପଟିକୁ ଧରିଥିଲେ | ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତାପ ସହି ନ ପାରି ବା ଖାଦ୍ୟ ଅନ୍ୱେଷଣ ରେ ସାପଟି ବାହାରକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି |

